ଚଳିତ ଶିକ୍ଷାବର୍ଷରେ ନୂଆ ପାଠ୍ୟକ୍ରମ ନାହିଁ : ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ | News Room Odisha

ଚଳିତ ଶିକ୍ଷାବର୍ଷରେ ନୂଆ ପାଠ୍ୟକ୍ରମ ନାହିଁ : ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର – ଚଳିତ ଶିକ୍ଷାବର୍ଷରେ କୌଣସି ନୂଆ ପାଠ୍ୟକ୍ରମ ସାମିଲ ହେବନାହିଁ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି । ସେହିପରି ପୂର୍ବରୁ ବର୍ଷକୁ ଦୁଇଥର ଅଭିଭାବକ ଓ ଶିକ୍ଷକ ବୈଠକ ବସୁଥିଲା । ଏବେ ଏହି ବୈଠକ ବର୍ଷକୁ ଚାରିଥର ବସିବ ବୋଲି ମନ୍ତ୍ରୀ କହିଛନ୍ତି । ସମଗ୍ର ରାଜ୍ୟରେ ସବୁ ସ୍କୁଲରେ ଗୋଟିଏ ଦିନରେ ଅଭିଭାବକ ଓ ଶିକ୍ଷକ ବୈଠକ ହେଉଛି । ଏହାର ମୂଳ ଉଦ୍ଦେଶ୍ୟ ହେଉଛି, ଅଭିଭାବକମାନେ ଘରେ କିପରି ପିଲାଙ୍କୁ ଅଧିକ ଫୋକସ ଦେଇପାରିବେ, ଘରେ ଶିକ୍ଷାର ବାତାବରଣ ଦେଇପାରିବେ ଓ ତା’ଉପରେ ଗୁରୁତ୍ବ ଦେବେ । ପିଲାଙ୍କ ପଢ଼ା ପ୍ରତି ସ୍କୁଲ ଯେତିକି ଯତ୍ନବାନ, ଅଭିଭାବକ ମଧ୍ୟ ସେତିକି ଯତ୍ନବାନ ହେବା ଦରକାର ବୋଲି ମନ୍ତ୍ରୀ କହିଛନ୍ତି।