ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଭିନ୍ନ ଜିଲ୍ଲାର ମିଶନ ଶକ୍ତି ସଦସ୍ୟା

ଭୁବନେଶ୍ୱର – ରାଜ୍ୟର ବିଭିନ୍ନ ଜିଲ୍ଲାର ମିଶନ ଶକ୍ତି ସଦସ୍ୟମାନେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ମହିଳାଙ୍କ ସଶକ୍ତିକରଣ ପାଇଁ ମୁଖ୍ୟମନ୍ତ୍ରୀ ନେଇଥିବା ପଦକ୍ଷେପକୁ ପ୍ରଶଂସା କରିବା ସହିତ ସେମାନଙ୍କୁ ସ୍ବାବଲମ୍ବୀ କରିଥିବାରୁ ମିଶନଶକ୍ତି ମାଆମାନେ କୃତଜ୍ଞତା ଜଣାଇଛନ୍ତି । ହୁଳହୁଳି ପକାଇ ନବୀନଙ୍କୁ ଧନ୍ୟବାଦ ଦେଇଛନ୍ତି । ମହିଳାମାନଙ୍କ ସହିତ ଆଲୋଚନା କରିଥିଲେ ନବୀନ । ସମସ୍ତଙ୍କ ସହିତ ଫଟୋ ଉଠାଇବା ସହିତ ଆଗାମୀ ଦିନରେ ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

Comments are closed.