ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ଜଡିତ ଅବକ୍ଷୟ ଗର୍ଭରେ ଶ୍ରୀକ୍ଷେତ୍ରର, ଲଣ୍ଡିମାତା ମଠ

ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ଜଡିତ ମଠ ସଂସ୍କୃତି ମଧ୍ୟରୁ ଲଣ୍ଡିମାତା ମଠ ଅନ୍ୟତମ।ଯାହା ଆଜି ତାର ସତ୍ତା ହରାଇ କେବଳ ଏକ ପ୍ରାଚୀର ମଧ୍ୟରେ ସୀମିତ। ଦିନ ଥିଲା ଯେଉଁ ମଠର ଅଧିଷ୍ଠାତ୍ରୀ ଙ୍କ ନାମରେ ଏକ ସ୍ୱତନ୍ତ୍ର ପ୍ରସାଦ ମହାପ୍ରସଦରେ ସାମିଲ ହୋଇଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତ ବତ୍ସଳ ତାର ନିଦର୍ଶନ ଏହି ମଠ ସମ୍ବନ୍ଧରେ ଆସନ୍ତୁ ଜାଣିବା ତାର କିଛି ରହସ୍ୟ।

ଶ୍ରୀ କ୍ଷେତ୍ରରେ, ଲଣ୍ଡିମାତା ନାମରେ ଏକ ବୁଢ଼ୀ ରହୁଥାଏ l ସେ ଜଗନ୍ନାଥ ଙ୍କୁ ପୁତ୍ର ଭଳି ସ୍ନେହ କରୁଥାଏ ll ଜଗନ୍ନାଥ ଙ୍କୁ ପୁଅ ବୋଲି ଭାବି, ସବୁଦିନ ଗୋଟେ ପତୁରି ରେ, ଲଣ୍ଡିମାତା ପିତା ଭୋଗ ନେଇ ଦେଉଳ ଭିତରକୁ ଯାଏ ll ଯିଏ ପଚାରେ କୁଆଡେ ଯାଉଛୁ, ସମସ୍ତଙ୍କୁ ଉତ୍ତର ଦିଏ, ଦେଉଳ ଭିତରେ ମୋ ପୁଅ ଅଛି, ମୁଁ ମୋ ପୁଅ ପାଖକୁ ଯାଉଛି ll କିଏ ଜାଣେ କେଜାଣି, କିଏ ତାର ପୁଅ, କାହା ପାଇଁ କଣ ସବୁଦିନ ଲୁଚେଇ ନେଇ ଯାଉଛି ll ପୁଣି ପ୍ରଶ୍ନ ଆସେ, କଦଳୀ ନଡ଼ିଆ ନୁହେଁ, ପୁଣି ପିତା ଗୁଡାକ କିଏ ଖାଇବ ll ଯଦି ସେ ଜଗନ୍ନାଥ ଙ୍କୁ ପୁଅ ବୋଲି ଭାବୁଛି, ସେ କଣ ପିତା ଖାଇବେ ll ସେ ତ ମିଠା ପ୍ରିୟ ll ତାଙ୍କୁ ପୁଣି ପିତା ଦେବାକୁ ଯାଉଛି ଲଣ୍ଡିମାତା l କିଏ ଜାଣେ, କଣ ତାଙ୍କ ଭାବ l

ଏମିତି ସବୁଦିନ କରେ ll ଦିନେ ଜଣେ ମନ୍ଦିର ଦାରୁଗା ପଚାରିଲା, ଏ ବୁଢ଼ୀ ସବୁବେଳେ କୁଆଡେ କଣ ନେଇ ଯାଉଛୁ ll ବୁଢ଼ୀ ଉତ୍ତର ଦେଲା, ମୋ ପୁଅ ପାଇଁ ପିତା ନେଇ ଯାଉଛି ll ଦାରୁଗା ପଚାରିଲେ ତୋ ପୁଅ କୋଇଠି ଅଛି, ନା ମୋ ପୁଅ ରତ୍ନସିଂହାସନ ରେ ବସିଛି l ରାଗିଗଲେ ଦାରୁଗା, କହିଲେ ଜଗନ୍ନାଥ ଙ୍କର କଣ ଷାଠିଏ ପଉଠି ଭୋଗ ନାହିଁ ଯେ, ସେ ତୋ ପିତା ଭୋଗ ଖାଇବେ, ସେ ପତୁରି କୁ ଫୋପାଡ଼ି ଦେଲେ l ଲଣ୍ଡିମାତା କାନ୍ଦି କାନ୍ଦି ମଠ କୁ ଫେରି ଆସିଲେ l

ରାତି ହେଲା, ଆଉ ଜଗନ୍ନାଥ ମହାପ୍ରଭୁ ଲଣ୍ଡିମାତା ର ଦୁଃଖ ସହି ପାରିଲେନି l ସ୍ୱପ୍ନ ରେ ଆସି କହିଲେ, ଲାଣ୍ଡି ମାତା, ମୋ ପେଟ ଆଜି ଭାରି ଜୋରରେ କାଟି ହେଉଛି, ଦେହ ମୁଣ୍ଡ କୁଣ୍ଡେଇ ହେଉଛି, ଆଜି ବହୁତ ମିଠା ଖାଇଦେଇଛି, ତୁମେ କଣ ପିତା ଭୋଗ ଦେବନି l

ପୁଣି ସେହିଦିନ ରାତିରେ ରାଜାଙ୍କୁ ସ୍ୱପ୍ନାଦେଶ ହେଲା ll ରାଜା ! ମୋ ଭକ୍ତ, ମାତା ଲାଣ୍ଡି, ସବୁଦିନ ମୋ ପାଇଁ ପିତା ଭୋଗ ଆଣି ଆସୁଥିଲା ll ମୁଁ ସବୁଦିନ ଖାଉଥିଲି, ହେଲେ ତୋର ମନ୍ଦିର ଦାରୁଗା ତା ପିତା ପତୁରି ଫିଙ୍ଗି ଦେଲା l ତୁ ସକାଳୁ ତାକୁ କ୍ଷମା ମାଗି, ମୋତେ ତାର ପିତା ଭୋଗ ଆଣି ଦେ l

ସକାଳ ପାଇଲା, ଗଜପତି ମହାରାଜ ଯାଇ ଲଣ୍ଡିମାତା କୁ କ୍ଷମା ମାଗିଲେ l କହିଲେ, ଲଣ୍ଡିମାତା , ତୁମେ ଯେଉଁ ଖଣ୍ଡିଆ ଘରେ ରହୁଛ ଆଜିଠାରୁ ତୋର ଏଇ କୁଡ଼ିଆ ଲଣ୍ଡିମାତା ମଠ ନାମ ରେ ନାମିତ ହେଲା l ଏହା ସମସ୍ତଂକର ତୀର୍ଥ ଭୂମି ହେବ l ତୁ ବଞ୍ଚିଥିବା ପର୍ଯ୍ୟନ୍ତ ନିଜ ହାତରେ ଜଗନ୍ନାଥ ଙ୍କୁ ପିତା ଭୋଗ ଦେବୁ l ଆଉ ତୋର ମୁର୍ତ୍ୟୁ ପାରେ, ପ୍ରତେହ ଜଗନ୍ନାଥ ଙ୍କ ପାଖରେ ତୋର ପବିତ୍ର ସ୍ମୃତି ରେ ପିତା ଭୋଗ ଲାଗି ହେବ l
ସେହିଦିନ ଠାରୁ, ଲାଣ୍ଡି ମାତା ମଠ ଓ ଜଗନ୍ନାଥ ଙ୍କ ନିକଟରେ ପିତା ଭୋଗ, ଲଣ୍ଡିମାତା ର ଭକ୍ତି କୁ ଅମର କରି ରଖିଛି l

Comments are closed.