ଏଫଆଇଏଚ ମହିଳା ନେସନସ କପ୍ ହକିରେ ଭାରତ ଚାମ୍ପିଅନ, ପ୍ରୋ ହକି ଲିଗ ପାଇଁ ଯୋଗ୍ୟତା ହାସଲ  | News Room Odisha

ଏଫଆଇଏଚ ମହିଳା ନେସନସ କପ୍ ହକିରେ ଭାରତ ଚାମ୍ପିଅନ, ପ୍ରୋ ହକି ଲିଗ ପାଇଁ ଯୋଗ୍ୟତା ହାସଲ 

ଭୁବନେଶ୍ୱର – ଏକ ରୋମାଞ୍ଚକର ଫାଇନାଲରେ ସ୍ପେନକୁ ହରାଇ ଭାରତୀୟ ଦଳ ଏଫଆଇଏଚ ମହିଳା ନେସନସ କପ୍ ହକିରେ ଚାମ୍ପିଅନ ହୋଇଛି । ଫାଇନାଲରେ ଭାରତ, ସ୍ପେନକୁ ଏକମାତ୍ର ଗୋଲରେ ପରାସ୍ତ କରି ଟାଇଟଲ ହାସଲ କରିବା ସହ ୨୦୨୩-୨୪ ପ୍ରୋ ହକି ଲିଗ୍ ପାଇଁ ଯୋଗ୍ୟତା ହାସଲ କରିଛି । ସେମିଫାଇନାଲରେ ଭାରତ, ଆୟାରଲ୍ୟାଣ୍ଡକୁ ପେନାଲଟି ସୁଟ ଆଉଟରେ ୨-୧ରେ ହରାଇଥିବା ବେଳେ ସ୍ପେନ, ଜାପାନକୁ ୧-୦ ଗୋଲରେ ପରାସ୍ତ କରିଥିଲା ।

ସବିତା ପୁନିଆଁ ନେତୃତ୍ଵାଧୀନ ଭାରତୀୟ ମହିଳା ହକି ଦଳ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରେକର୍ଡ ସହ ଚାମ୍ପିଅନ ହୋଇଛି ।