ବିଶ୍ୱକପ ହକି ଲାଗି କାଲିଠୁ ଅଫଲାଇନ ଟିକେଟ ବିକ୍ରି | News Room Odisha

ବିଶ୍ୱକପ ହକି ଲାଗି କାଲିଠୁ ଅଫଲାଇନ ଟିକେଟ ବିକ୍ରି

ଭୁବନେଶ୍ୱର – ଆସନ୍ତାମାସରେ ଖେଳାଯିବାକୁ ଥିବା ବିଶ୍ଵକପ ହକି ପାଇଁ ଅଫଲାଇନ ଟିକେଟ ବିକ୍ରି ଆସନ୍ତାକାଲିଠୁ ଆରମ୍ଭ ହେଉଛି। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଅଫଲାଇନ ଟିକେଟ ବିକ୍ରି କରାଯିବ । କଳିଙ୍ଗ ଷ୍ଟାଡିୟମର ୮ ନମ୍ବର ଗେଟ ଓ ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମର ୨ ଓ ୬ ନମ୍ବର ଗେଟ୍‌ରେ ଟିକେଟ ମିଳିବ ।
ଦିନ ୧୧ରୁ ସଂଧ୍ୟା ୭ଟା ଯାଏଁ ଟିକେଟ ମିଳିବ । ଗତମାସରେ ଅନଲାଇନ ଟିକେଟ ବିକ୍ରି ଆରମ୍ଭ ହୋଇଥିଲା।