୫ ଦିନ ପରେ ଘରକୁ ଫେରିଲେ ନାବାଳକ ଅମ୍ରିତ | News Room Odisha

୫ ଦିନ ପରେ ଘରକୁ ଫେରିଲେ ନାବାଳକ ଅମ୍ରିତ

ଓଡ଼ଗାଁ – ୫ ଦିନ ନିଖୋଜ ରହିବା ପରେ ଶେଷରେ ଘରକୁ ଫେରିଛନ୍ତି ନାବାଳକ ଅମ୍ରିତ । ଅମ୍ରିତ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ନିଜର କୁରାଳ ଗ୍ରାମରୁ ଉଦ୍ଧାର ହୋଇଛନ୍ତି । ମେଡିକାଲରେ ଅମ୍ରିତର ହେବ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି ।

ରାତିରେ ଅମ୍ରିତଙ୍କୁ ତାଙ୍କ ଘର ପାଖରେ କେହି ଛାଡ଼ି ଦେଇଥିବା ସୂଚନା ମିଳିଛି । କୋର୍ଟରେ ହାଜର ପରେ ଅମ୍ରିତଙ୍କ ହେବ ବୟାନ ରେକର୍ଡ । ବୟାନ ଆଧାରରେ ନିଆଯିବ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ । ଅମ୍ରିତଙ୍କ ବାପା ଓ ମା’ଙ୍କୁ ଥାନାକୁ ନେଇଛି ପୋଲିସ । ତେବେ, ଅମ୍ରିତ କେଉଁ ପରିସ୍ଥିତିରେ ନିଖୋଜ ହୋଇଥିଲେ ଓ ନାଟକୀୟ ଭାବେ କିଏ ପୁଣି ତାଙ୍କୁ ତାଙ୍କ ଘରପାଖରେ ଛାଡ଼ିଲା, ସେ ପ୍ରଶ୍ନର ଉତ୍ତର ପୋଲିସ ଦେବ ବୋଲି ଆଶା କରାଯାଉଛି।