ବିଶ୍ୱ ଚାମ୍ପିଅନ ଆର୍ଜେଣ୍ଟିନାକୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ | News Room Odisha

ବିଶ୍ୱ ଚାମ୍ପିଅନ ଆର୍ଜେଣ୍ଟିନାକୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର – ଫିଫା ବିଶ୍ୱକପ ଚାମ୍ପିଅନ ହୋଇଥିବାରୁ ଆର୍ଜେଣ୍ଟିନାକୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଶ୍ଵକପରେ ଲିଓନେଲ ମେସୀଙ୍କ ପ୍ରଦର୍ଶନକୁ ବେଶ ପ୍ରଶଂସା କରିବା ସହ କାତାର ବିଶ୍ୱକପ ବେଶ ସ୍ମରଣୀୟ ବୋଲି କହିଛନ୍ତି ନବୀନ । ଫାଇନାଲରେ ଏମବାପେଙ୍କ ଶ୍ରେଷ୍ଠ ଖେଳ ସହ ଫ୍ରାନସ ଲଢେଇ କରି ହାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।