ମହିଳା କଲେଜରେ ଜାତୀୟ ଯୁବ ଦିବସ ପାଳିତ

ସମ୍ବଲପୁର: ସମ୍ବଲପୁରର ସ୍ଥାନୀୟ ସରକାରୀ ମହିଳା କଲେଜରେ ଜାତୀୟ ଯୁବ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। କଲେଜ ଅଧ୍ୟକ୍ଷା ପ୍ରଫେସର ରାଜଶ୍ରୀ ବରାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗ ପ୍ରଫେସର ରାମନରେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିବେକାନନ୍ଦଙ୍କ ଜୀବନୀ ସହିତ ଆଜିର ଯୁବଗୋଷ୍ଠୀଙ୍କ ସମସ୍ୟା, ଉଦ୍ଦେଶ୍ୟ ଏବଂ ଆଦର୍ଶ ସମ୍ପର୍କରେ ନିଜ ମତ ରଖି ଥିଲେ। ଉତ୍ସବରେ କଲେଜର ପ୍ରଶାସନିକ ଅଧିକାରୀ ପ୍ରଫେସର ଉମାଶଙ୍କର ଦାଶ ମଞ୍ଚାସୀନ ଥିଲେ। ଛାତ୍ରୀ ସଲୋନୀ,ନେହା, ଦୀପ୍ତିମୟୀ ପ୍ରମୁଖ ଯୁବ ଦିବସ ଉପଲକ୍ଷେ ନିଜ ବକ୍ତବ୍ୟ ରଖିଥିଲେ। ଅଧ୍ୟାପକ ପ୍ରସେନଜିତ ସିହ୍ନା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଫେସର ଯୋଗେଶ ଚନ୍ଦ୍ର ଭୋଇ ସଭା କାର୍ଯ୍ୟ ପରିଚାଳନା ପୂର୍ବକ ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବରେ ଶତାଧିକ ଛାତ୍ରୀ, ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଛାତ୍ରୀ ମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦିଆଯାଇଥିଲା।

Comments are closed.