ଖୋଜୁଥିଲେ ଗଞ୍ଜେଇ, ମିଳିଲା ୪ ପେଟି ଟଙ୍କା  | News Room Odisha

ଖୋଜୁଥିଲେ ଗଞ୍ଜେଇ, ମିଳିଲା ୪ ପେଟି ଟଙ୍କା 

କଟକ – ବସରେ ଗଞ୍ଜେଇ ସନ୍ଦେହରେ ତଲାସୀ ଚାଲିଥିବା ବେଳେ ପୋଲିସକୁ ମିଳିଲା ଚାରି ପେଟି ଟଙ୍କା। କଟକ ଜିଲ୍ଲା ଟାଙ୍ଗୀ ଟୋଲଗେଟ୍ ନିକଟରୁ ଏକ ବସ୍‌ରୁ ଜଣେ ଯାତ୍ରୀଙ୍କ ଠାରୁ ୪ ପେଟି ଟଙ୍କା ଜବତ କରିଛି ପୋଲିସ। ପେଟିରେ ୧ କୋଟିରୁ ଅଧିକ ଟଙ୍କା ରହିଛି। ଏହି ଘଟଣାରେ ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅଟକ ବ୍ୟକ୍ତିଙ୍କ ଭିଣୋଇ ସୁନା ବ୍ୟବସାୟୀ କରନ୍ତି ।

କଟକରୁ କୋଲକାତା ଯାଉଥିବା ଏକ ବସ୍‌ରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଟାଙ୍ଗୀ ପୋଲିସକୁ ସୂଚନା ମିଳିଥିଲା । ଏନେଇ ଟାଙ୍ଗୀ ପୁଲିସ ଟୋଲଗେଟ୍ ନିକଟରେ ଜଗି ରହିଥିଲା। ବସ୍‌ଟିକୁ ଟୋଲଗେଟ୍ ନିକଟରେ ଅଟକାଇ ଖୋଜାଖୋଜି ପରେ ଗଞ୍ଜେଇ ବଦଳରେ ୪ଟି ପେଟି ଟଙ୍କା ପୋଲିସକୁ ମିଳିଥିଲା।