ହକି ବିଶ୍ୱକପ : ଆଜି ଚାରୋଟି ମ୍ୟାଚ 

ଭୁବନେଶ୍ୱର/ରାଉରକେଲା – ହକି ବିଶ୍ବକପର ଦ୍ବିତୀୟ ଦିନରେ ଆଜି ମଧ୍ୟ ଚାରିଟି ମ୍ୟାଚ ଖେଳାଯିବ। ଦିନ ଗୋଟାଏରେ ରାଉରକେଲା ବିର୍ସା ମୁଣ୍ଡାରେ ନ୍ୟୁଜିଲାଣ୍ଡ ଓ ଚିଲି ମଧ୍ୟରେ ଆଜିର ପ୍ରଥମ ମ୍ୟାଚ ଖେଳାଯିବ । ଅପରାହ୍ନ ୩ଟାରେ ନେଦରଲ୍ୟାଣ୍ଡ୍ସ ଓ ମାଲେସିଆ ମୁହାଁମୁହିଁ ହେବେ ।

ସଂଧ୍ୟା ୫ଟାରେ ବେଲଜିୟମ ଓ ଦକ୍ଷିଣ କୋରିଆ ମଧ୍ୟରେ କଳିଙ୍ଗ ଷ୍ଟାଡିୟମରେ ମ୍ୟାଚ ହେବ । ସଂଧ୍ୟା ୭ଟାରେ କଳିଙ୍ଗରେ ଜର୍ମାନୀ ଓ ଜାପାନ ମଧ୍ୟରେ ଲଢେଇ ହେବ । ବେଲଜିୟମ, କୋରିଆ, ଜର୍ମାନୀ ଓ ଜାପାନ ପୁଲ `ବି’ରେ ଥିବା ବେଳେ ନ୍ୟୁଜିଲାଣ୍ଡ, ଚିଲି, ନେଦରଲ୍ୟାଣ୍ଡସ ଓ ମାଲେସିଆ ପୁଲ୍ `ସି’ରେ ଅଛନ୍ତି ।

Comments are closed.