ଦଳାଚକଟା ପରେ ସିଂହନାଥ ପୀଠରେ ୧୪୪ ଧାରା ବଳବତ୍ତର

କଟକ – କଟକ ଜିଲ୍ଲା ବଡମ୍ବା ଗୋପିନାଥପୁର ସିଂହନାଥ ପୀଠରେ ମକର ସଂକ୍ରାନ୍ତିରେ ଦଳାଚକଟା ପରେ ସେଠାରେ ୧୪୪ ଧାରା ବଳବତ୍ତର ରହିଛି । ଆଜି ଓ ଆସନ୍ତାକାଲି ୧୪୪ ଧାରା ବଳବତ୍ତର ରହିବ । ଏଥିପାଇଁ ସାଧାରଣ ଦର୍ଶନ ବନ୍ଦ ରହିଛି । ସୁରକ୍ଷା ପାଇଁ ୭ ପ୍ଲାଟୁନ ପୋଲିସ ମୁତୟନ ରହିଛନ୍ତି । ଆଜି ସକାଳେ ଟି-ବ୍ରିଜରୁ ସ୍ଥିତିର ସମୀକ୍ଷା କରିଛନ୍ତି କଟକ ଏସପି । ଗତକାଲି ଅସମ୍ଭବ ଭିଡ ଯୋଗୁ଼ଁ ଦଳାଚକଟା ଘଟି ଜଣେ ମହିଳା ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ଘଟଣା ନେଇ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ସଂପର୍କୀୟଙ୍କୁ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।

Comments are closed.