ଭିଡିଓ କଲ୍ କରି ଜୀବନ ହାରିଲେ ଏମସିଏ ଛାତ୍ର

କଟକ – ବାନ୍ଧବୀଙ୍କୁ ଭିଡିଓ କଲ୍ କଲେ । ପରେ ଜୀବନ ହାରିଲେ ଜଣେ ଏମସିଏ ଛାତ୍ର ।ଏମିତି ଏକ ଚାଞ୍ଚଲ୍ୟକର ଘଟଣା କଟକ ଷଣ୍ଢପୁର ଅଞ୍ଚଳରେ ଘଟିଥିବା ଖବର ମିଳିଛି। ମୃତକ ଜଣକ ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟର ଏମସିଏ ପ୍ରଥମ ବର୍ଷ ଛାତ୍ର ଥିଲେ । ଷଣ୍ଢପୁର ଅଞ୍ଚଳରେ ଭଡାଘରୁ ଉଦ୍ଧାର ହୋଇଛି ଛାତ୍ରଙ୍କ ମୃତଦେହ। ତାଙ୍କ ଲାପଟପ୍ ଖୋଲାଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ଗୋଡିସାହି ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।

Comments are closed.