ଏଣିକି ଡିଏଲ ନବୀକରଣ ପାଇଁ ଅନଲାଇନ ମେଡିକାଲ ସାର୍ଟିଫିକେଟ ବାଧ୍ୟତାମୂଳକ

କଟକ – ଡ୍ରାଇଭିଂ ଲାଇସେନ୍ସର ନବୀକରଣ ପାଇଁ ଏଣିକି ବାଧ୍ୟତାମୂଳକ ହେବ ଅନ୍‌ଲାଇନ୍‌ ଡାକ୍ତରୀ ପ୍ରମାଣପତ୍ର। ୪୦ ବର୍ଷ ବୟସରୁ ଅଧିକ ଆବେଦନକାରୀଙ୍କ କ୍ଷେତ୍ରରେ ଲାଗୁ ହେବ ନୂଆ ନିୟମ । ନୂଆ ଡିଏଲ ପାଇଁ ସମସ୍ତ ଆବେଦନକାରୀଙ୍କୁ ଏହି ନିୟମ ପାଳନ କରିବାକୁ ପଡ଼ିବ। ବର୍ତ୍ତମାନ ଆବେଦନକାରୀମାନେ ଏକ କାଗଜ ଫର୍ମାଟରେ ମାନୁଆଲ ଡାକ୍ତର ପ୍ରମାଣପତ୍ର ଦେଉଛନ୍ତି। ଅନଲାଇନ୍ ଆବେଦନ ବେଳେ ଏହି ମାନୁଆଲ ପ୍ରମାଣପତ୍ରକୁ ଏସଏଆରଏଟିଏଚଆଇ ପୋର୍ଟାଲରେ ଅପଲୋଡ୍ କରୁଛନ୍ତି। ଏହି ପ୍ରକ୍ରିୟାରେ ଡାକ୍ତରୀ ପ୍ରମାଣପତ୍ର ବୈଧ କି ନୁହେ‍ଁ, ତାହା ଜାଣିହେବ ନାହିଁ। ଆବେଦନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ କରିବା ଏସଟିଏ ଓଡ଼ିଶା ଏକ ନୂଆ ଅନଲାଇନ୍ ଡାକ୍ତର ପଞ୍ଜୀକରଣ ପୋର୍ଟାଲ୍ ବାହାର କରିଛି। ଏଥିରେ ୧୦୦ରୁ ଅଧିକ ଡାକ୍ତର ପଞ୍ଜୀକୃତ ହୋଇଛନ୍ତି। ସେମାନେ ଅନଲାଇନ୍‌ରେ ସାରଥୀ ପୋର୍ଟାଲ୍‌ ମାଧ୍ୟମରେ ଡିଏଲ ଓ ଏଲ ଏଲ ଆବେଦନକାରୀଙ୍କୁ ଡାକ୍ତରୀ ପ୍ରମାଣପତ୍ର ଦେବେ।

Comments are closed.