ଆଜି ସଂଧ୍ୟା ସୁଦ୍ଧା ଭୁବନେଶ୍ବରରେ ପହଞ୍ଚିବ ବିଜୁବାବୁଙ୍କ ଡାକୋଟା

ଭୁବନେଶ୍ୱର – କୋଲକାତାରୁ ଓଡ଼ିଶାରେ ପହଞ୍ଚିଛି ବିଜୁବାବୁଙ୍କ ପ୍ରିୟ ଡାକୋଟା ବିମାନ । ଆଜି ସଂଧ୍ୟା ସୁଦ୍ଧା ତିନିଟି ଟ୍ରେଲରରେ କୋଲକାତାରେ ବୋଝେଇ ହୋଇଥିବା ଡାକୋଟା ବିମାନର ଯନ୍ତ୍ରା‍ଂଶ ଭୁବନେଶ୍ଵରରେ ପହଞ୍ଚିବ । ଆଜି ସକାଳେ ଜଳେଶ୍ୱର ଲକ୍ଷ୍ମଣନାଥ ଟୋଲ୍ ଗେଟରେ ପହଞ୍ଚିଥିଲା ବିମାନ ଯନ୍ତ୍ରାଂଶ । ମଙ୍ଗଳବାର ସଂଧ୍ୟାରେ କୋଲକାତା ଛାଡିଥିଲା ବିମାନ । କୋଲକାତାର ଦମଦମ୍ ବିମାନ ବନ୍ଦରରୁ ୩ଟି ଟ୍ରେଲରରେ ଡାକୋଟା ବୋଝେଇ ହେବା ପରେ ଓଡ଼ିଶା ଅଭିମୁଖେ ବାହାରିଥିଲା । ଆଜି ସଂଧ୍ୟା ସୁଦ୍ଧା ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବ ବୋଲି ଜଣାପଡ଼ିଛି । କୋଲକାତା ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ପଶ୍ଚିମବଙ୍ଗ ସୀମା ପର୍ଯ୍ୟନ୍ତ ସୁରକ୍ଷା ବଳୟ ଯୋଗାଇ ଦେଇଥିଲେ ।

Comments are closed.