ମାଲ୍ୟବନ୍ତ ମହୋତ୍ସବରେ ଦଳାଚକଟା, ୧୦ ଆହତ | News Room Odisha

ମାଲ୍ୟବନ୍ତ ମହୋତ୍ସବରେ ଦଳାଚକଟା, ୧୦ ଆହତ

ମାଲକାନଗିରି – ପ୍ରବଳ ଭିଡ଼ ଯୋଗୁଁ ମାଲ୍ୟବନ୍ତ ମହୋତ୍ସବରେ ଦଳାଚକଟା ପରିସ୍ଥିତି । ଏଥିଯୋଗୁଁ ୧୦ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ମାଲକାନଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତକାଲି ରାତିରେ ଅତ୍ୟଧିକ ଭିଡ଼ ଯୋଗୁଁ ଦଳାଚକଟା ହୋଇଥିଲା । ଘଟଣାସ୍ଥଳରେ ପୋଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ମହୋତ୍ସବରେ ୪୦ ହଜାରରୁ ଅଧିକ ଲୋକ ସମାଗମ ହୋଇଥିଲା । କୋରୋନା କଟକଣାର ଦୁଇ ବର୍ଷ ପରେ ମହୋତ୍ସବ ହୋଇଥିବାରୁ ପ୍ରବଳ ଜନସମାଗମ ହୋଇଥିଲା ।