ଭାରସାମ୍ୟ ହରାଇ ଓଲଟିଲା ଚାଉଳ ବୋଝେଇ ଟ୍ରଲର୍ | News Room Odisha

ଭାରସାମ୍ୟ ହରାଇ ଓଲଟିଲା ଚାଉଳ ବୋଝେଇ ଟ୍ରଲର୍

ବରଗଡ଼:  ବରଗଡ଼ ଜିଲ୍ଲା ବରପାଲି ଜାତୀୟ ରାଜପଥ ନଂ ୨୬ ପୁରୁଣା ରଙ୍ଗଘର ପାଖରେ ଏକ ଚାଉଳ ବୋଝେଇ ଟ୍ରଲର୍ (ଆରଜେ ୧୧ ଜିସି ୩୩୭୧) ଓଲଟି ପଡିଛି ।

ସୂଚନା ମତେ ଆଜି ଭୋରରେ ଏକ ୨୬ ଚକିଆ ଟ୍ରଲର ଓଲଟି ପଡିଥିଲା । ଘନକୁହୁଡ଼ି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଥିବା ବେଳେ ଉକ୍ତ ଗାଡ଼ିଟି ରାଜସ୍ଥାନରୁ ଏଫଆରକେ (ଆଇରନ ମିଶ୍ରିତ) ଚାଉଳ ବୋଝେଇ କରି ବିଭିନ୍ନ ରାଇସ ମିଲକୁ ବିତରଣ ପାଇଁ ଯାଉଥିଲା । ତେବେ ଗାଡିଟି ଦୁର୍ଘଟଣାଗ୍ରସ୍ତ ହେବାରୁ ଡ୍ରାଇଭର ଓ ହେଲପର ଆହତ ହୋଇଛନ୍ତି । ଉଭୟଙ୍କୁ ବରପାଲି ସିଏଚସି ଆଶୁ ଚିକିତ୍ସା କରାଯାଇଛି । ସ୍ଥାନୀୟ ପୁଲିସ ଖବରପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।