ନକଲି ଔଷଧ କରବାରରେ ଜଣେ ଗିରଫ | News Room Odisha

ନକଲି ଔଷଧ କରବାରରେ ଜଣେ ଗିରଫ

ବରଗଡ଼: ବରଗଡ଼ର ଏକ ଔଷଧ ଦୋକାନରେ ନକଲି କରବାର ଚାଲିଥିବା ଅଭିଯୋଗରେ ପୁଲିସ ଉକ୍ତ ଦୋକାନର ମାଲିକକୁ ଗିରଫ କରିଛି ।

ସୂଚନା ମତେ ବରଗଡ଼ ଅଶୋକ ମେଡ଼ିକାଲ ହଲ ନାମକ ଔଷଧ ଦୋକାନରେ ନକଲି ଔଷଧ କାରବାର ଚାଲିଥିବା ନେଇ ବରଗଡ଼ ଡ୍ରକ୍ସ୍ ଇନ୍ସପେକ୍ଟରଙ୍କ ଅଭିଯୋଗ କ୍ରମେ ବରଗଡ଼ ଟାଉନ ଥାନାରେ ମାମଲା ରୁଜୁ କରାଯାଇଥିଲା । ଏନେଇ ଉକ୍ତ ମେଡ଼ିକାଲର ମାଲିକ ସୁନୀଲ ଅଗ୍ରୱାଲକୁ ଗିରଫ କରାଯାଇଛି ।

ଏନେଇ ତଦନ୍ତ ଅଧିକାରୀ ଅର୍ଚ୍ଚନା ଛୋଟରାୟଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଡ୍ରକ୍ସ୍ ଇନ୍ସପେକ୍ଟରଙ୍କ ଅଭିଯୋଗ ମୁତାବକ ପ୍ରକୃତ ମେଡିସିନ ବଦଳରେ ଡୁପ୍ଲିକେଟ ସପ୍ଲାଇ କରୁଛନ୍ତି ବୋଲି ଅଭିଯୋଗ କରିବା ସହ ଏନେଇ ଅନେକ ତଥ୍ୟ ଦେଇଥିଲେ। ସେହି ତଥ୍ୟକୁ ଆଧାର କରି ପୁଲିସ ମାମଲା ରୁଜୁ କରି ଗିରଫ କରିଛି । ଆଗକୁ ତଦନ୍ତ କରାଯିବ ଏବଂ ଏଥିରେ ଆଉ କିଏ କିଏ ସମ୍ପୃକ୍ତ ରହିଛନ୍ତି ତାଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ।