ଭୁବନେଶ୍ଵରରେ ପହଞ୍ଚିଲା ବିଜୁବାବୁଙ୍କ ପ୍ରିୟ ଡାକୋଟା

ଭୁବନେଶ୍ୱର – ବହୁଦିନର ପ୍ରତୀକ୍ଷାର ଅନ୍ତ ହୋଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରିୟ ‘ଡାକୋଟା’ ବିମାନ ଭୁବନେଶ୍ୱରରେ ପହଞ୍ଚିଛି। କୋଲକାତାରୁ ପହଞ୍ଚିଛି ବିମାନ । ଗତକାଲି ସନ୍ଧ୍ୟାରେ କୋଲକାତାର ନେତାଜୀ ସୁବାଷ ଚନ୍ଦ୍ର ବୋଷ ଆନ୍ତର୍ଜାତିକ ବିମାନ ବନ୍ଦରରୁ ୩ଟି ଲରିରେ ଡାକୋଟା ବିମାନର ବିଭିନ୍ନ ଅଂଶକୁ ସୁରକ୍ଷିତ ଭାବେ ଅଣାଯିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ବିମାନଟି ବହୁ ପୁରୁଣା ହୋଇଥିବାରୁ ଏହାକୁ ପ୍ରଥମେ ଭାଗ ଭାଗ କରାଯାଇ ୩ଟି ଲରିରେ ଆଣିବା ବ୍ୟବସ୍ଥା କରାଯାଇଥିଲା। ଆଜି ସକାଳେ ଏହା କୋଲକାତା-ଓଡିଶା ସୀମା ଲକ୍ଷ୍ମଣନାଥ ତନଖି ଫାଟକ ଅତିକ୍ରମ କରି ଓଡିଶା ଭିତରକୁ ପ୍ରବେଶ କରିଥିଲା।

ଏହି ବିମାନକୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ରଖାଯିବ। ଏହାର ବିଭିନ୍ନ ଅଂଶକୁ ଅଭିଜ୍ଞ ଇଞ୍ଜିନିଅରଙ୍କ ଦ୍ୱାରା ଖଞ୍ଜାଯାଇ ସଂରକ୍ଷିତ ରଖାଯିବ।

Comments are closed.