ବୋହୂ ଶ୍ରୀୟାଙ୍କ ଅଭିଯୋଗକୁ ଖଣ୍ଡନ କଲେ ହ୍ୟୁମାନ ସାଗରଙ୍କ ମାଆ

କଟକ – ଗାୟକ ହ୍ୟୁମାନ ସାଗରଙ୍କ ବିରୋଧରେ ସ୍ତ୍ରୀ ଶ୍ରୀୟା ମିଶ୍ର ଓ ତାଙ୍କ ବାପା କରିଥିବା ସମସ୍ତ ଅଭିଯୋଗକୁ ମିଥ୍ୟା ବୋଲି କହିଛନ୍ତି ହ୍ୟୁମାନଙ୍କ ମାଆ ଶେଫାଳି ସୁନା । ଏହାସହ ଶ୍ରୀୟାଙ୍କ ପରିବାର ବିରୋଧରେ ସେ ପାଲଟା ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଶ୍ରୀୟାଙ୍କ ଘରେ ସମସ୍ତେ ମଦ ପିଅନ୍ତି । ହ୍ୟୁମାନଙ୍କୁ ମଧ୍ୟ ମଦ ପିଆଉଥିଲେ । ଶ୍ରୀୟାଙ୍କୁ କେବେ ଚର୍ଚ୍ଚ ଯିବାକୁ ବାଧ୍ୟ କରାଯାଇ ନାହିଁ ବୋଲି ହ୍ୟୁମାନଙ୍କ ମାଆ କହିଛନ୍ତି । ଶ୍ରୀୟା ଯେଉଁ ଅଭିଯୋଗ ଆଣିଛନ୍ତି ତାହା ସବୁ ଭିତ୍ତିହୀନ । ହ୍ୟୁମାନକୁ ଶ୍ରୀୟାଙ୍କ ପରିବାର ଲୋକେ ହିଁ ମଦୁଆ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ହ୍ୟୁମାନର ଅନ୍ୟ କୌଣସି ଝିଅ ସହିତ ସମ୍ପର୍କ ଥିବା ନେଇ ସେ କିଛି ଜାଣିନାହାନ୍ତି । ଯଦି ସମ୍ପର୍କ ଥାଆନ୍ତା ତେବେ କାନ ମୋଡ଼ି ତାକୁ ଚାପୁଡା ମାରିଥାନ୍ତେ ବୋଲି ହ୍ୟୁମାନଙ୍କ ମାଆ କହିଛନ୍ତି । ଯୈ।ତୁକ ମାଗିବା ଅଭିଯୋଗକୁ ମଧ୍ୟ ମିଛ ବୋଲି କହିଛନ୍ତି ହ୍ୟୁମାନଙ୍କ ମାଆ ।

ଗତକାଲି ହ୍ୟୁମାନଙ୍କ ବିରୋଧରେ ପତ୍ନୀ ଶ୍ରୀୟା ମିଶ୍ର ମାନସିକ ଓ ଶାରିରୀକ ନିର୍ଯାତନା ଅଭିଯୋଗ ଆଣିଥିଲେ । ଡିସିପିଙ୍କୁ ଭେଟି ପତ୍ନୀ ଅଭିଯୋଗ କରିବା ପରେ ମହିଳା ଥାନାରେ କାଉନସେଲିଂ ପାଇଁ ଆଜି ଉଭୟେ ହାଜର ହୋଇଥିଲେ । ୨୦୧୭ରେ ହ୍ୟୁମାନଙ୍କୁ ବିବାହ କରିଥିଲେ ଶ୍ରୀୟା । ତାଙ୍କର ଏକ ୪ବର୍ଷର ଝିଅ ବି ରହିଛି । ଶ୍ରୀୟା ନିଜେ ମଧ୍ୟ ଜଣେ କଣ୍ଠଶିଳ୍ପୀ । ମର୍କତନଗର ସେକ୍ଟର-୬ରେ ଉଭୟ ରହୁଥିଲେ । ତେବେ ପତ୍ନୀ ଶ୍ରୀୟା କିଛି ଦିନ ହେବ ଘରେ ରହୁନଥିଲେ ।

Comments are closed.