‘ଓଡିଶା ଅନ ଦି ମୁଭ’ ଲେଖାଯାଇଥିବା ଜର୍ସିରେ ନବୀନ

ଭୁବନେଶ୍ୱର – ନୂଆ ଲୁକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଏକ ସବୁଜ ରଙ୍ଗର ଜର୍ସି ପିନ୍ଧି ନବୀନ ନିବାସ ବଗିଚାରେ ପ୍ରାତଃ ଭ୍ରମଣ କରୁଥିବା ନଜର ଆସିଛନ୍ତି। ମୁଖ୍ୟମନ୍ତ୍ରୀ ପିନ୍ଧିଥିବା ଜର୍ସିରେ ଇଂରାଜୀରେ ଲେଖାଯାଇଛି ‘ଓଡିଶା ଅନ ଦି ମୁଭ୍ ‘ । ଜର୍ସି ପଛରେ ‘ବନ୍ଦେ ଉତ୍କଳ ଜନନୀ’ ଲେଖାଯାଇଛି । ନବୀନଙ୍କ ଏହି ନୂଆ ଲୁକ୍ ଫଟୋକୁ ବେଶ୍ ପସନ୍ଦ କରାଯାଉଛି। ରାଜ୍ଯ କ୍ରୀଡ଼ା ପାଇଁ ସବୁଜ ରଙ୍ଗର ଜର୍ସିକ ସୋଭେନିୟର ଭାବେ ବ୍ୟବହାର କରିବେ ରାଜ୍ୟ ସରକାର । ଏହି ନୂଆ ଜର୍ସି ପିନ୍ଧି ସାମନାକୁ ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Comments are closed.