୪ ହାର୍ଡକୋର ନକ୍ସଲଙ୍କ ନାଁରେ ପୋଷ୍ଟର ମାରିଲା ଏନଆଇଏ, ସୂଚନା ଦେଲେ ନଗଦ ପୁରସ୍କାର ଘୋଷଣା

ଜୟପୁର – କୋରାପୁଟ ବସଷ୍ଟାଣ୍ଡରେ ୪ ଜଣ ହାର୍ଡକୋର ନକ୍ସଲଙ୍କ ନାଁରେ ଜାତୀୟ ତଦନ୍ତକାରୀ ସଂସ୍ଥା – ଏନ୍‌ଆଇଏ ପକ୍ଷରୁ ପୋଷ୍ଟର ମରାଯାଇଛି । ସେମାନଙ୍କୁ ଧରାଇଦେଲେ ବା ସେମାନଙ୍କ ବିଷୟରେ ସୂଚନା ଦେଲେ ମୁଣ୍ଡପିଛା ୫ରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ରାଶି ଦିଆଯିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି।

ନକ୍ସଲ ଜଳୁମାରି ଶ୍ରିନୁ ବାବୁ, ଖିଲୋ ରଞ୍ଜୁ, ଗଜରଲା ରବି ଓ ମେତୁରୁ ଜଗା ରାଓର ପୋଷ୍ଟର ମାରିଛି । ଏମାନଙ୍କ ବାବଦରେ ସୂଚନା ଦେଉଥିବା ଲୋକଙ୍କ ତଥ୍ୟ ଗୋପନ ରଖାଯିବ ।

Comments are closed.