ହକି ବିଶ୍ୱକପ : ଫ୍ରାନସକୁ ହରାଇ କ୍ୱାର୍ଟରରେ ଜର୍ମାନୀ 

ଭୁବନେଶ୍ୱର – ହକି ବିଶ୍ୱକପର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ଜର୍ମାନୀ । ଆଜି ଖେଳାଯାଇଥିବା କ୍ରସଓଭର ମ୍ୟାଚରେ ଫ୍ରାନ୍ସକୁ ହରାଇଛି ଜର୍ମାନୀ । ଏକତରଫା ମ୍ୟାଚରେ ଜର୍ମାନୀ ୫-୧ ଗୋଲରେ ବିଜୟୀ ହୋଇଥିଲା । କ୍ୱାର୍ଟର ଫାଇନାଲରେ ଜର୍ମାନୀ ଇଂଲଣ୍ଡକୁ ଭେଟିବ । କ୍ରସ ଓଭର ମ୍ୟାଚ ଜିତି ପୂର୍ବରୁ ସ୍ପେନ, ନ୍ୟୁଜିଲାଣ୍ଡ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିସାରିଛନ୍ତି। ଆସନ୍ତାକାଲିଠାରୁ କ୍ୱାର୍ଟର ଫାଇନାଲ ପର୍ଯ୍ୟାୟ ଆରମ୍ଭ ହେଉଛି । ପ୍ରଥମ କ୍ୱାର୍ଟରରେ ଅଷ୍ଟ୍ରେଲିଆ ସ୍ପେନକୁ ଭେଟିବ । ଦ୍ଵିତୀୟ କ୍ୱାର୍ଟର ଫାଇନାଲ ବେଲଜିୟମ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ୨୫ ତାରିଖରେ ଇଂଲଣ୍ଡ ଓ ଜର୍ମାନୀ ମଧ୍ୟରେ ମୁକାବିଲା ହେବ ।

Comments are closed.