ମନ୍ଦିର ପ୍ରତିଷ୍ଠା ବେଳେ ୩ ମହିଳା ସୁନାଚେନ ଲୁଟେରା ଗିରଫ

ବରଗଡ଼: ବରଗଡ଼ ସଦର ବ୍ଳକ ନାଗେନପାଲି ଠାରେ ମନ୍ଦିର ପ୍ରତିଷ୍ଠା ମହୋତ୍ସବର ଅନ୍ତିମ ଦିବସରେ ତିନି ଜଣ ମହିଳା ଲୁଟେରାଙ୍କୁ ଗ୍ରାମବାସୀ କାବୁ କରିଛନ୍ତି । ଜଣେ ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟି ନେଉଥିବାବେଳେ ସ୍ଥାନୀୟ ଲୋକେ ତିନି ଜଣ ମହିଳାଙ୍କୁ କାବୁ କରି ଗାଁର କ୍ଲବ୍‌ ଘରେ ଅଟକ ରଖିଥିଲେ । ପରେ ପୁଲିସ ଖବର ପାଇ ସେଠାକୁ ପହଂଚି ତିନି ମହିଳାଙ୍କୁ ଥାନାକୁ ଆଣିଥିଲା ।

ସଂପୃକ୍ତ ମହିଳାମାନେ ରାଜ୍ୟ ବାହାରର ହୋଇଥିବା ବେଳେ ପୂର୍ବରୁ ସେମାନେ ବରଗଡ଼ ଧନୁଯାତ୍ରା ଭିଡ଼ ଭିତରେ ବି ଲୁଟ କରିଥିବାର ହାତ ରହିଥିବା ସନ୍ଦେହ କରାଯାଉଛି ।
ଏହି ଗ୍ୟାଙ୍ଗ ଯାତ୍ରା , ମନ୍ଦିର ପ୍ରତିଷ୍ଠା ଆଦି ଭିଡ଼ ସ୍ଥାନରେ ମହିଳାଙ୍କ ସହ ମିଶି ଯାଇଥାନ୍ତି । ପରେ ସୁନା ହାର , ଚେନ ଆଦି ଲୁଟ କରୁଛନ୍ତି । ଯାଂଚ ସମୟରେ ଧରାପଡ଼ିଥିବା ମହିଳାମାନଙ୍କ ପାଖରୁ ଗୋଟିଏ ଛୁରି ଏବଂ ବିଦେଶୀ ମଦ ବୋତଲ ଜବତ ହୋଇଛି । ସେହିପରି ସହରର ତଳିପଡାଠାରେ ଦୁଇ ଜଣ ଚୋରଙ୍କୁ ପଡ଼ାବାସୀ କାବୁ କରି ପୁଲିସ ଜିମା ଦେଇଛନ୍ତି । ପୁଲିସ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Comments are closed.