ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି, ଗାନ୍ଧିମାର୍ଗରେ ଚାଲିଛି ଫୁଲ ପରେଡ ରିହର୍ସଲ

ଭୁବନେଶ୍ବର – ଏଥର ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ ଭବ୍ୟ ପରେଡ ହେବ । ଗଲା ଦୁଇବର୍ଷ କୋରୋନା ଯୋଗୁଁ ପରେଡ ହୋଇ ନଥିଲା । ଏଥର କିନ୍ତୁ ଫୁଲ ପରେଡ ଲାଗି କମିସନରେଟ ପୋଲିସ ପ୍ରସ୍ତୁତି ଆରମ୍ଭ କରିଛି। ଆଜି ସକାଳୁ ଗାନ୍ଧିମାର୍ଗରେ ଫୁଲ୍ ଡ୍ରେସ୍ ପରେଡ୍ ରିହର୍ସାଲ ଆରମ୍ଭ ହୋଇଛି। ଏଥର ସାଧାରଣତନ୍ତ୍ର ଦିବସରେ ଭାଗନେବେ ୫୦ଟି ଟ୍ରୁପ୍। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ପରେଡରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଭିବାଦନ ଗ୍ରହଣ କରିବେ। ଏଥିପାଇଁ କମିସନେରଟ୍ ପୁଲିସ କଡ଼ା ସୁରକ୍ଷା ବନ୍ଦୋବସ୍ତ କରିଛି। ପାଖାପାଖି ୨୩ ପ୍ଲାଟୁନ୍ ଫୋର୍ସ ପରେଡ୍ ଉତ୍ସବରେ ନିୟୋଜିତ ହେବେ।

କରୋନା କଟକଣା ଯୋଗୁ ଦୁଇ ବର୍ଷ ହେଲା ସାଧାରଣତନ୍ତ୍ର ଦିବସ ପରେଡ୍ ବନ୍ଦ ଥିଲା।

ଚଳିତ ବର୍ଷ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ସାଧାରଣତନ୍ତ୍ର ଦିବସ ପରେଡ୍ ଗ୍ରାଉଣ୍ତରେ ବ୍ୟାରିକେଡରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପରେଡ୍ ସ୍ଥଳରେ ୨୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବ ବ‌ୋଲି ପୁଲିସ କମିସନର୍ ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି ଯେ ସାଧାରଣତନ୍ତ୍ର ଦିବସ ପ‌ାଳନ ସମୟରେ ଗାନ୍ଧୀମାର୍ଗକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ପୋଲିସ ମୁତୟନ ରହିବେ।

Comments are closed.