ହକି ବିଶ୍ୱକପ : ନ୍ୟୁଜିଲାଣ୍ଡକୁ ହରାଇ ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିଅନ ବେଲଜିୟମ

ଭୁବନେଶ୍ବର – ଡିଫେଣ୍ଡିଂ ଚାମ୍ପିଅନ ବେଲଜିୟମ ହକି ବିଶ୍ୱକପ ସେମିଫାଇନାଲରେ ପହଞ୍ଚିଛି । ଆଜି କଳିଙ୍ଗରେ ଖେଳାଯାଇଥିବା ଦ୍ୱିତୀୟ କ୍ୱାର୍ଟରରେ ବେଲଜିୟମ ନ୍ୟୁଜିଲାଣ୍ଡକୁ ୨-୦ ଗୋଲରେ ହରାଇଛି । ଦ୍ଵିତୀୟ ଦଳ ଭାବେ ବେଲଜିୟମ ସେମିଫାଇନାଲରେ ପ୍ରବେଶ କରିଛି । ପୂର୍ବରୁ କଳିଙ୍ଗରେ ଖେଳାଯାଇଥିବା ପ୍ରଥମ କ୍ୱାର୍ଟରରେ ଅଷ୍ଟ୍ରେଲିଆ ସ୍ପେନକୁ ହରାଇ ସେମିରେ ପହଞ୍ଚିଥିଲା ।

ଆସନ୍ତାକାଲି ତୃତୀୟ କ୍ୱାର୍ଟର ଫାଇନାଲ ଜର୍ମାନୀ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ‌। ଏହି ମ୍ୟାଚର ବିଜେତା ସେମିଫାଇନାଲରେ ଅଷ୍ଟ୍ରେଲିଆ ସହ ଖେଳିବ । କାଲି ନେଦରଲ୍ୟାଣ୍ଡସ ଓ ଦକ୍ଷିଣ କୋରିଆ ମଧ୍ୟରେ ଖେଳାଯିବାକୁ ଥିବା ଶେଷ କ୍ୱାର୍ଟର ଫାଇନାଲର ବିଜୟୀ ଦଳ ସେମିଫାଇନାଲରେ ବେଲଜିୟମକୁ ଭେଟିବ ।

Comments are closed.