ବୁଢ଼ାରଜା ସରକାରୀ ଉଚ୍ଚ ବିଦ୍ୟାଳୟରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ

ସମ୍ବଲପୁର: ଆଜି ସମ୍ବଲପୁର ସ୍ଥିତ ବୁଢ଼ାରଜା ସରକାରୀ ଉଚ୍ଚ ବିଦ୍ୟାଳୟରେ ଜାତୀୟ ସ୍ବାସ୍ଥ୍ୟ ମିଶନ ଆନୁକୂଲ୍ୟରେ ଓ ବୁଢ଼ାରଜା ସରକାରୀ ଉଚ୍ଚ ବିଦ୍ୟାଳୟର ସହଯୋଗରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ ହୋଇଥିଲା। ବୁଢ଼ାରଜା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁମିତା ପତ୍ରୀଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ବାସ୍ଥ୍ୟ କାର୍ଯ୍ୟାଳୟ ତରଫରୁ ଜିଲ୍ଲା ବିତ୍ତ ପରିଚାଳକ ସୁଶୀଳ କୁମାର ପ୍ରଧାନ, ଅତିରିକ୍ତ ଆଇନ୍ ବ୍ୟାପାର ପରିଚାଳକ ବୁଧରଞ୍ଜନ ଭୋଇ, ସହକାରୀ ଯନ୍ତ୍ରୀ ସସ୍ମିତା ପ୍ରିୟଦର୍ଶିନୀ, ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ସଞ୍ଜୋଜନା ଅଧିକାରୀ ପରମେଶ୍ବର ବିଶ୍ବାଳ, ଜିଲ୍ଲା ପ୍ରୋଗ୍ରାମ ମେନେଜର୍ ଡାକ୍ତର ମୌସୁମୀ ମିଶ୍ର ଉପସ୍ଥିତ ରହି କନ୍ୟା ସନ୍ତାନମାନଙ୍କର ସମାଜରେ ରହିଥିବା ଗୁରୁତ୍ଵ,ଲିଙ୍ଗନିରୂପଣ ନିଷିଦ୍ଧ ଆଇନ୍ ଉପରେ ସଚେତନତା ସୃଷ୍ଟି କରିଥିଲେ। ଏହାପରେ ସମସ୍ତଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ କୁଇଜ୍ ଓ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀମାନଙ୍କୁ ତର୍କରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଶୁଭମ୍ ସାହୁ, ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ତୁଳସୀ ସୁଆର୍ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ସ୍ୱାଗତିକା ପଟ୍ଟନାୟକ ତଥା କୁଇଜ୍ ପ୍ରତିଯୋଗିତାରେ ପଙ୍କଜିନୀ ସାହୁ, ରଚନା ଦାସ, ଆଦିକନ୍ଦ ବେହେରା, ଶୁଭମ୍ ସାହୁ,ସୂରଜ ତ୍ରିପାଠୀ,ସୂଚୀ ପଟେଲ ତଥା ସୃଷ୍ଟି ମହାକୁରଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ବାରା ସମ୍ବଲପୁରୀ ଓ ଦେଶାତ୍ମବୋଧକ ନୃତ୍ୟ ପରିବେଷଣ କରାଯାଇଥିଲା।ଏଥିରେ ଯେଉଁମାନେ ଅଂଶଗ୍ରହଣ କରିଥିଲେ ସେମାନେ ହେଲେ ଜୟଶ୍ରୀ ନନ୍ଦ, ଦିବ୍ୟଜ୍ୟୋତି ବାରିକ,ଲିପ୍ସାରାଣୀ ଓଝା,କେ.ହରିପ୍ରିୟା ରେଡ୍ଡୀ ଓ ପ୍ରିୟାଂଶା ପ୍ରଧାନ। ଏହାପରେ ଶିକ୍ଷୟିତ୍ରୀ ପଙ୍କଜିନୀ ନାୟକଙ୍କ ରଚନା ଓ ନିର୍ଦ୍ଦେଶନା ଓ ପୁଷ୍ପାଞ୍ଜଳି ମିଶ୍ରଙ୍କ ସହଯୋଗିତାରେ ଲଘୁନାଟିକା-” ପରିବର୍ତ୍ତନ”ପ୍ରଦର୍ଶିତ ହୋଇଥିଲା।ଏଥିରେ ଶୁଭମ୍ ସାହୁ,ନୈନାରାଣୀ ବାଗ୍, ପ୍ରତିଜ୍ଞା ଭୋଇ,ଅଭୟ ବେହେରା ତଥା ଭୂମିକା ଦାଶ ଆଦି ଅଭିନୟ କରିଥିଲେ। ଆଜିର ଏହି ସଚେତନତା କାର୍ଯ୍ୟକ୍ରମ ପରେ କନ୍ୟା ସନ୍ତାନର ସମାଜରେ ଗୁରୁତ୍ୱାରୋପ,ଲିଙ୍ଗନିରୂପଣ ନିଷିଦ୍ଧ ଆଇନର ବ୍ୟାପକ ସଚେତନତା ଏବଂ ଜିଲ୍ଲାରେ ଶିଶୁଲିଙ୍ଗ ଅନୁପାତରେ ବୃଦ୍ଧି କରାଯାଇ ଏକ ଶୃଙ୍ଖଳିତ ସମାଜ ଗଠନ ସକାଶେ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ପୂର୍ଣ୍ଣଚନ୍ଦ୍ର ସାହୁ ଏବଂ ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ପରିବାର କଲ୍ୟାଣ ବିଭାଗ ଡାକ୍ତର ଭରତ ଚନ୍ଦ୍ର ଦାସ ଗୁତ୍ବାରୋପ କରିବା ସହ ଏହାର ଯଥେଷ୍ଟ ସଚେତନତା ସକାଶେ ଏକ ସଚେତନତା ରଥ ପରିଭ୍ରମଣର ଶୁଭାରମ୍ଭ କରାଯାଇଥିଲା, ଯାହା ଆଜି ଠାରୁ ସାଧାରଣତନ୍ତ୍ର ଦିବସ ପର୍ଯ୍ୟନ୍ତ ପରିକ୍ରମା କରି ସଚେତନତା ସୃଷ୍ଟି କରିବ। ଶିକ୍ଷକ ପ୍ରଦୀପ କୁମାର ସାହୁ କୁଇଜ୍ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ହରି ନାରାୟଣ ପଣ୍ଡା ପରିଚାଳନା କରିଥିବାବେଳେ ଶିକ୍ଷକ ତନୟ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜ୍ଞାନେଶ୍ବର କର, ମଦନମୋହନ ମାଝୀ, ସତ୍ୟ ନାରାୟଣ ବାଗ୍, ବୁଦ୍ଧି ବାହାଦୁର ଆଦି ସହଯୋଗ କରିଥିଲେ।

Comments are closed.