ହକି ବିଶ୍ୱକପ : ଆଜି ଖେଳାଯିବ ଆଉ ଦୁଇ କ୍ୱାର୍ଟର ଫାଇନାଲ

ଭୁବନେଶ୍ବର – ହକି ବିଶ୍ୱକପରେ ଆଜି ବାକି ଦୁଇ କ୍ୱାର୍ଟର ଫାଇନାଲ ଖେଳାଯିବ । କଳିଙ୍ଗ ଷ୍ଟାଡିୟମରେ ଜର୍ମାନୀ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ତୃତୀୟ କ୍ୱାର୍ଟର ଫାଇନାଲ ‌। ଏହି ମ୍ୟାଚର ବିଜେତା ସେମିଫାଇନାଲରେ ଅଷ୍ଟ୍ରେଲିଆ ସହ ଖେଳିବ ।

ଆଜି ନେଦରଲ୍ୟାଣ୍ଡସ ଓ ଦକ୍ଷିଣ କୋରିଆ ମଧ୍ୟରେ ଚତୁର୍ଥ ତଥା ଶେଷ କ୍ୱାର୍ଟର ଫାଇନାଲ ଖେଳାଯିବ । ଏହି ମ୍ୟାଚର ବିଜୟୀ ଦଳ ସେମିଫାଇନାଲରେ ବେଲଜିୟମକୁ ଭେଟିବ । ଅଷ୍ଟ୍ରେଲିଆ ଓ ବେଲଜିୟମ ନିଜ ନିଜର କ୍ୱାର୍ଟର ଫାଇନାଲ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପହଞ୍ଚି ସାରିଛନ୍ତି। କ୍ୱାର୍ଟରରେ ଅଷ୍ଟ୍ରେଲିଆ ସ୍ପେନକୁ ଓ ବେଲଜିୟମ ନ୍ୟୁଜିଲାଣ୍ଡକୁ ହରାଇଛି ।

Comments are closed.