ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ସଚିବ ଆଇପିଏସ୍ ଡି. ଏସ କୁଟ୍ଟେଙ୍କୁ ମିଳିବ ରାଷ୍ଟ୍ରପତିଙ୍କ ପୋଲିସ ପଦକ

ନୂଆଦିଲ୍ଲୀ – ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ୨୦୨୩ ପାଇଁ ରାଷ୍ଟ୍ରପତି ପୋଲିସ ପଦକ ଘୋଷଣା ହୋଇଛି । ୯୦୧ ପୋଲିସ କର୍ମଚାରୀଙ୍କୁ ମିଳିବ ରାଷ୍ଟ୍ରପତି ପୋଲିସ ପଦକ। ୧୪୦ଜଣଙ୍କୁ ମିଳିବ ସାହସିକତା ପୁରସ୍କାର । ୯୩ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୋଲିସ ପଦକ ମିଳିବ । ୬୬୮ଜଣଙ୍କୁ ପ୍ରଶଂସନୀୟ ସେବା ପାଇଁ ପୁରସ୍କାର ମିଳିବ । ଆସନ୍ତାକାଲି ସାଧାରଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଦିଆଯିବ । ଓଡ଼ିଶାରୁ ୨ ପୋଲିସ କର୍ମଚାରୀଙ୍କୁ ମିଳିବ ରାଷ୍ଟ୍ରପତି ପୋଲିସ ପଦକ । ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଡି.ଏସ କୁଟ୍ଟେ ଓ ଭିଜିଲାନ୍ସ କନଷ୍ଟେବଳ ପ୍ରହଲ୍ଲାଦ କୁମାର ରାଉତଙ୍କୁ ସମ୍ମାନିତ କରାଯିବ। ପ୍ରଶଂସନୀୟ ସେବା ପାଇଁ ଓଡ଼ିଶାର ୧୧ ଜଣ ପୋଲିସ କର୍ମଚାରୀଙ୍କୁ ମିଳିବ ରାଷ୍ଟ୍ରପତିଙ୍କ ପଦକ ।

ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଡି. ଏସ୍. କୁଟ୍ଟେଙ୍କୁ ଉଲ୍ଲେଖନୀୟ ସେବା ପାଇଁ ମିଳିବ ପୋଲିସ ପଦକ । ୧୯୯୭ ବ୍ୟାଚର ଆଇପିଏସ୍ ଡି. ଏସ୍ କୁଟ୍ଟେ ଯାଜପୁର, ରାଉରକେଲା ଓ ଗଜପତି ଏସପି ଥିଲେ । କେନ୍ଦ୍ରାଞ୍ଚଳ ଡିଆଇଜି ଓ ଗୁଇନ୍ଦା ଡିଆଇଜି ଭାବେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି। ୨୦୧୫ରୁ ୨୦୧୬ ଗୁଇନ୍ଦା ବିଭାଗ ଆଇଜି ଥିଲେ କୁଟ୍ଟେ । ୨୦୧୬ରୁ ୨୦୧୭ ରାଜ୍ୟ ପରିବହନ କମିଶନର ଥିଲେ ଡି. ଏସ୍ କୁଟ୍ଟେ । ୨୦୧୩ରେ ପ୍ରଶଂସନୀୟ ସେବା ପାଇଁ ପୋଲିସ ପଦକ ପାଇଥିଲେ । ଗୁଇନ୍ଦା ବିଭାଗ ଡିଆଇଜି ଥିବା ବେଳେ ସେ ପୋଲିସ ପଦକ ପାଇଥିଲେ । ୨୦୧୭ରୁ ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଭାବେ ନିଯୁକ୍ତି ପାଇଛନ୍ତି ।

Comments are closed.