ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ବିଜେପି ଉପରେ ବର୍ଷିଲା ବିଜେଡି

ଭୁବନେଶ୍ୱର – ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟକୁ ଅଣଦେଖା କରାଯାଉଛି ବୋଲି ଅଭିଯୋଗ କରିଛି ବିଜେଡି । ରାଜ୍ୟର ଦାବି ମୁତାବକ କେନ୍ଦ୍ର ସରକାର ଘର ଦେଲେ ନାହିଁ ବୋଲି ପ୍ରେସମିଟରେ ବିଜେପି ଉପରେ ବର୍ଷିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ଓ ଶ୍ରୀମୟୀ ମିଶ୍ର । ରାଜ୍ୟକୁ ୧୫ଲକ୍ଷ ଘର ଆବଶ୍ୟକ ଥିବା ବେଳେ ମାତ୍ର ୮ଲକ୍ଷ ଘର ଦେଇଛି କେନ୍ଦ୍ର । ଏ ପ୍ରସଙ୍ଗରେ ବିଜେପି ସାଂସଦମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ଅଭିଯୋଗ କରିଛି ବିଜେଡି । ବିଜେପି ରାଜ୍ୟ ନେତୃତ୍ୱ କେନ୍ଦ୍ରକୁ ଗାଇଡଲାଇନ ପରିବର୍ତ୍ତନ କରିବାକୁ ଜଣାନ୍ତୁ ବୋଲି ବିଜେଡି କହିଛି ।

ଯଦି ତାଲିକାରେ ଅଯୋଗ୍ୟ ଅଛନ୍ତି ତେବେ ବିଜେପି ନେତାମାନେ ତାଲିକା ପ୍ରସ୍ତୁତ କରି ଦେବାକୁ ବିଜେଡି କହିଛି । ବିଜେପି ସାଂସଦ ମାନେ ଡାହାଣୀ ହୋଇ ଲାଗୁଛନ୍ତି ଗୁଣିଆ ହୋଇ ଝାଡୁଛନ୍ତି। ବିଜେପି ସାଂସଦ ମାନେ ଷଡ଼ଯନ୍ତ୍ର କରି ଓଡିଶାବାସୀଙ୍କ ସ୍ୱାର୍ଥ ବିରୋଧରେ ଯାଇ ଆବାସ ଅଟକାଇ ଦେଲେ ବୋଲି ଦଳ ଅଭିଯୋଗ କରିଛି ବିଜେଡି । ଓଡିଶାର ସ୍ବାର୍ଥ ପାଇଁ ଲଢେଇ କରୁଛି ବିଜେଡି। ଓଡିଶା ଲୋକଙ୍କ ପାଇଁ ବିଜେଡିର ସଂଗ୍ରାମ ଜାରି ରହିବ। ଓଡ଼ିଶା ଲୋକଙ୍କ ପ୍ରତି ବିଜେପିର ସାଂସଦ ମାନେ ଘୋର ଅନ୍ୟାୟ କରିଛନ୍ତି। କେନ୍ଦ୍ର ସରକାର ଗାଇଡଲାଇନ ତିଆରି କରିବା ବେଳେ ସେମାନେ କାହିଁକି ଚୁପ ବସିଲେ ପ୍ରଶ୍ନ କରିଛି ବିଜେଡି ।

Comments are closed.