ସାଧାରଣତନ୍ତ୍ର ଦିବସ ପୂର୍ବରୁ ରାଷ୍ଟ୍ରକୁ ରାଷ୍ଟ୍ରପତିଙ୍କ ସମ୍ବୋଧନ : ମହାମାରୀ ସତ୍ତ୍ଵେ ଦେଶର ଆର୍ଥିକ ସ୍ଥିତି ଦୃଢ

ନୂଆଦିଲ୍ଲୀ- ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁଙ୍କ ରାଷ୍ଟ୍ରକୁ ସମ୍ବୋଧନ କରିଛନ୍ତି । ନିଜର ପ୍ରଥମ ସାଧାରଣତନ୍ତ୍ର ଦିବସ ଅଭିଭାଷଣରେ ରାଷ୍ଟ୍ରପତି କହିଛନ୍ତି ଯେ, ଭାରତ ହେଉଛି ଗଣତନ୍ତ୍ରର ଜନନୀ । ବିବିଧତା ମଧ୍ୟରେ ଜନସମୁଦାୟ ଗଣତନ୍ତ୍ର ସହ ଯୋଡି ହୋଇ ରହିଛନ୍ତି । ଭାରତ ଆତ୍ମନିର୍ଭରତା ଦିଗରେ ଅଗ୍ରସର ହେଉଛି ଏବଂ ଖୁବ ଶୀଘ୍ର ଏହା ହାସଲ କରିପାରିବ କୋଲି ରାଷ୍ଟ୍ରପତି କହିଛନ୍ତି ।

କୋରୋନା ମହାମାରୀ ସତ୍ତ୍ବେ ଦେଶର ଆର୍ଥିକ ସ୍ଥିତି ସୁଦୃଢ ରହିଥିବା ରାଷ୍ଟ୍ରପତି କହିଛନ୍ତି। କୋରୋନା ମହାମାରୀ ସମୟରେ ଭାରତ ସଫଳତାର ସହ ଅନେକ ଆହ୍ବାନର ମୁକାବିଲା କରିପାରିଛି । ଭାରତ ଏବେ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ହୋଇପାରିଛି ଓ ଦେଶରେ ଯୁବକ-ଯୁବତୀ ଓ ମହିଳାଙ୍କ ଆତ୍ମ ବିଶ୍ବାସ ବୃଦ୍ଧି ପାଇଛି।

Comments are closed.