କୋରିଆକୁ ହରାଇ ହକି ବିଶ୍ୱକପର ସେମିରେ ନେଦରଲ୍ୟାଣ୍ଡସ

ଭୁବନେଶ୍ୱର – ହକି ବିଶ୍ୱକପର ସେମିଫାଇନାଲ ସେମିଫାଇନାଲ ଲାଇନଅପ୍ ଚୂଡାନ୍ତ ହୋଇଛି। ଶେଷ ଟିମ୍ ଭାବେ ତିନିଥରର ଚାମ୍ପିଅନ ନେଦରଲ୍ୟାଣ୍ଡସ ସେମିଫାଇନାଲରେ ପହଞ୍ଚିଛି । ଆଜି କଳିଙ୍ଗରେ ଖେଳାଯାଇଥିବା କ୍ୱାର୍ଟର ଫାଇନାଲରେ ଡଚ୍ ଟିମ ଦକ୍ଷିଣ କୋରିଆକୁ ୫-୧ ଗୋଲରେ ହରାଇଛି ।

ସେମିଫାଇନାଲରେ ନେଦରଲ୍ୟାଣ୍ଡସ ଗତ ସଂସ୍କରଣର ଚାମ୍ପିଅନ ବେଲଜିୟମକୁ ଭେଟିବ । ପୂର୍ବରୁ ଆଜି ଜର୍ମାନୀ ମଧ୍ୟ ସେମିଫାଇନାଲରେ ପ୍ରବେଶ କରିଥିଲା । କ୍ୱାର୍ଟର ଫାଇନାଲରେ ଜର୍ମାନୀ, ଇଂଲଣ୍ଡକୁ ୪-୩ ଗୋଲରେ ହରାଇଥିଲା । ସେମିଫାଇନାଲରେ ଜର୍ମାନୀ ଅଷ୍ଟ୍ରେଲିଆକୁ ଭେଟିବ । ଆସନ୍ତା ୨୭ ତାରିଖରେ ଦୁଇଟିଯାକ ସେମିଫାଇନାଲ ଖେଳାଯିବ ।

Comments are closed.