ଭାରସାମ୍ୟ ହରାଇ ଏକ କାର ଓ ୬ଟି ବାଇକକୁ ଧକ୍କା ଦେଲା ସ୍କର୍ପିଓ, ୨ ମୃତ

ବୌଦ୍ଧ: ବୌଦ୍ଧ – ସୋନପୁର ୫୭ ନମ୍ବର ଜାତୀୟ ରାଜପଥ ବହିରା ଛକରେ ସିରିଜ୍ ଦୁର୍ଘଟଣା ଘଟିଛି । ସୋନପୁର ପଟରୁ ଦ୍ରୁତ ଗତିରେ ଆସୁଥିବା ଏକ ସ୍କର୍ପିଓ ବହିରା ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ କାର ଓ ୬ଟି ବାଇକକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି ।

ସୂଚନାନୁଯାୟୀ , ସୋନପୁର ପଟରୁ ଦ୍ରୁତ ଗତିରେ ଆସୁଥିବା ଏକ ସ୍କର୍ପିଓ ବହିରା ଛକରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ କାର ଓ ୬ଟି ବାଇକକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଅଇଁଲାପାଲି ଗ୍ରାମର ପଞ୍ଚାୟତ ନିର୍ବାହୀ ଅଧିକାରୀ ଗୋବିନ୍ଦ ସାହୁ ଏବଂ ଗାଁର ରବୀ ସାହୁଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଛି । ଫଳରେ ଘଟଣାସ୍ଥଳରେ ଉତେଜନା ଜାରି ରହିଛି । ଉତ୍ୟକ୍ତ ଲୋକେ ୫୭ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ବାଉଁଶୁଣୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛି । ଏହା ସହ ଦୁର୍ଘଟଣା ଘଟାଇଥିବା ସ୍କର୍ପିଓକୁ ଜବତ କରି ମାଲିକକୁ ଅଟକ ରଖୁଛି । ସେପଟେ ଗ୍ରାମବାସୀମାନେ ବୌଦ୍ଧ – ସୋନପୁର ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଫଳରେ ଶତାଧୂକ ଗାଡି ଅଟକି ରହିଛି ।

Comments are closed.