ବୟନ ଶିଳ୍ପ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ବରଗଡ଼: ବରଗଡ଼ ସ୍ଥିତ ବୟନଶିଳ୍ପ ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଠାରେ ଆଜି ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାରେ ଥିବା ତନ୍ତୁବାୟ ସମିତି ଓ ବିଭିନ୍ନ ହସ୍ତତନ୍ତ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା। ସେହିପରି ସମିତି ଓ ବୁଣାକାରମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା।

ସମିତି ମାନଙ୍କ ଇନସେଣ୍ଟିଭ ପ୍ରଦାନ, ହସ୍ତତନ୍ତ ଲୁଗା ଉପରେ ଶତକଡା ୧୦ ରିବେଟ, ବୁଣାକାର ସହାୟତା ରାଶି ବୃଦ୍ଧି, ଜୀବନ ବୀମା ଯୋଜନା ଶୀଘ୍ର ଲାଗୁ କରିବା ଆଦି ଆଲୋଚନା ହୋଇଥିଲା । ଶେଷରେ ସରକାରୀ ଯୋଜନା ଗୁଡିକର ସମସ୍ତ ବକେୟା କାମ ଫେବୃଆରୀ ମାସ ସୁଦ୍ଧା ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ବୟନଶିଳ୍ପ ଉପ ନିର୍ଦ୍ଦେଶକ ଶିଶିର କୁମାର ନାଗଙ୍କ ସହ ସମସ୍ତ ସମିତି ସମ୍ପାଦକ କର୍ମଚାରୀ ଉପସ୍ଥିତ ଥିଲେ ।

Comments are closed.