ହକି ବିଶ୍ୱକପ: ବେଲଜିୟମ-ଜର୍ମାନୀ ମଧ୍ୟରେ ହେବ ଟାଇଟଲ ଲଢ଼େଇ

ଭୁବନେଶ୍ୱର: ଡିଫେଣ୍ଡିଂ ଚାମ୍ପିୟନ ବେଲଜିୟମ ଓ ଜର୍ମାନୀ ମଧ୍ୟରେ ଚଳିତ ପୁରୁଷ ହକି ବିଶ୍ୱକପର ଟାଇଟଲ ଲଢ଼େଇ ହେବ । କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ଦୁଇଟି ରୋମାଞ୍ଚକ ସେମିଫାଇନାଲରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଛନ୍ତି ବେଲଜିୟମ ଓ ଜର୍ମାନୀ । ପ୍ରଥମ ସେମିଫାଇନାଲରେ ଜର୍ମାନୀ ଟାଇଟଲ ଦାବିଦାର ତଥା ତିନି ଥରର ଚାମ୍ପିୟନ ଅଷ୍ଟ୍ରେଲିଆକୁ ୪-୩ ଗୋଲରେ ହରାଇ ୧୩ ବର୍ଷ ପରେ ଟାଇଟଲ ମୁକାବିଲାକୁ ଉନ୍ନୀତ ହୋଇଥିବା ବେଳେ ସଂଘର୍ଷପୂର୍ଣ୍ଣ ଦ୍ୱିତୀୟ ସେମିଫାଇନାଲରେ ବେଲଜିୟମ ପେନାଲ୍ଟି ସୁଟଆଉଟରେ ନେଦରଲାଣ୍ଡ୍‌ସକୁ ୩-୨ରେ ହରାଇଛି । ନିର୍ଦ୍ଧାରିତ ସମୟରେ ସ୍କୋର ୨-୨ ରହିବା ପରେ ବେଲଜିୟମ ପେନାଲ୍ଟି ସୁଟଆଉଟରେ ବାଜି ମାରିନେଇଥିଲା । ଏହି ମ୍ୟାଚ୍ ୨୦୧୮ ସଂସ୍କରଣ ଫାଇନାଲର ପୁନରାବୃତ୍ତି ଥିଲା । ୨୦୧୮ ବିଶ୍ବକପ ଫାାଇନାଲରେ ମଧ୍ୟ ବେଲଜିୟମ ଠାରୁ ହାରିଥିଲା ନେଦରଲାଣ୍ଡ୍ସ ।

ରବିବାର ଖେଳାଯିବାକୁ ଥିବା ଫାଇନାଲରେ ଜର୍ମାନୀ ଓ ବେଲଜିୟମ ମଧ୍ୟରେ ଟ୍ରଫି ପାଇଁ ଲଢେ଼ଇ ହେବ । ଅନ୍ୟପକ୍ଷରେ ସେମିଫାଇନାଲରେ ଦୁଇ ପରାଜିତ ଦଳ ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡ୍ସ ବ୍ରୋଞ୍ଜ ପଦକ ପାଇଁ ଖେଳିବେ

Comments are closed.