ନବକିଶୋର ଦାସଙ୍କୁ ଗୁଳି ଘଟଣାରେ ଏଏସଆଇଙ୍କ ବିରୋଧରେ ଏତଲା ଦେଲେ ଆଇଆଇସି

ଝାରସୁଗୁଡ଼ା – ଦିବଂଗତ ମନ୍ତ୍ରୀ ନବକିଶୋର ଦାସଙ୍କୁ ହତ୍ୟା ଘଟଣାରେ ଏତଲା ଦାୟର କରିଛନ୍ତି ବ୍ରଜରାଜନଗର ଥାନା ଆଇଆଇସି ପ୍ରଦ୍ୟୁମ୍ନ ସ୍ୱାଇଁ । ହତ୍ୟା ଉଦ୍ଦେଶ୍ୟରେ ନବ କିଶୋର ଦାସଙ୍କୁ ଗୁଳି ଚଳାଇଥିଲେ ଗାନ୍ଧିଛକ ଫାଣ୍ଡି ଏଏସ ଆଇ ଗୋପାଳକୃଷ୍ଣ ଦାସ । ଏତଲା ଅନୁସାରେ ଏଏସଆଇ ଗୋପାଳ ଗତକାଲି ଟ୍ରାଫିକ୍ କ୍ଲିୟରାନ୍ସ ଦାୟିତ୍ୱରେ ଥିଲେ । ମନ୍ତ୍ରୀ ଗାଡ଼ିରୁ ଓହ୍ଲାଇବା ବେଳେ ସେ ତାଙ୍କ ନିକଟକୁ ଯାଇ ସର୍ଭିସ ରିଭଲଭରରୁ ଅତି ନିକଟରୁ ଗୁଳି ଚାଳନା କରିଥିଲେ । ଗୁଳି ସିଧା ମନ୍ତ୍ରୀଙ୍କ ଛାତିରେ ବାଜିଥିଲା । ଏହି ଘଟଣାରେ ସୁନ୍ଦରଗଡ଼ ରିଜର୍ଭ ବାରାକରେ ଅଭିଯୁକ୍ତ ଗୋପାଳକୃଷ୍ଣଙ୍କୁ ଜେରା କରାଯାଉଛି । କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଜେରା କରୁଛନ୍ତି ସ୍ୱତନ୍ତ୍ର ଟିମ୍ । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବ ଦାସଙ୍କୁ ଗୁଳି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ।

Comments are closed.