କର୍ମଭୂମି ଝାରସୁଗୁଡ଼ାରେ ପହଞ୍ଚିଲା ନବ ଦାସଙ୍କ ପାର୍ଥିବ ଶରୀର, ଶେଷ ଦର୍ଶନ ପାଇଁ ଭିଡ

ଝାରସୁଗୁଡ଼ା – ଝାରସୁଗୁଡ଼ାରେ ପହଞ୍ଚିଛି ନବକିଶୋର ଦାସଙ୍କ ପାର୍ଥିବ ଶରୀର । ଭୁବନେଶ୍ୱରରୁ ଝାରସୁଗୁଡ଼ା ବିମାନ ବନ୍ଦରରେ ନବ ଦାସଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ସେଠାରୁ ଏକ ସ୍ୱତନ୍ତ୍ର ଗାଡ଼ିରେ ତାଙ୍କ ସରବାହାଲ ବାସଭବନକୁ ନିଆଯାଇଛି । ପ୍ରିୟ ନେତାଙ୍କୁ ଶେଷ ଦର୍ଶନ କରିବାକୁ ବିମାନ ବନ୍ଦରଠାରୁ ଆରମ୍ଭ କରି ତାଙ୍କ ବାସଭବନରେ ପ୍ରବଳ ଭିଡ଼ ଲାଗିଛି । ନବ ଦାସଙ୍କୁ ଶେଷ ସମ୍ମାନ ଜଣାଇବା ୍ ପାଇଁ ତାଙ୍କ ବାସ ଭବନରେ ବିଭିନ୍ନ ଦଳର ନେତା ମଧ୍ୟ ପହଞ୍ଚିଛନ୍ତି ।

ବାସଭବନରେ ଶେଷ ଦର୍ଶନ ପରେ ସେଠାରୁ ନବ ଦାସଙ୍କ ପାର୍ଥିବ ଶରୀରକୁ ମନମୋହନ ଏମ୍ ଇ ସ୍କୁଲ ପଡ଼ିଆକୁ ନିଆଯିବ । ସେଠାରେ ତାଙ୍କ ମରଶରୀରକୁ ଶେଷ ଦର୍ଶନ ପାଇଁ ରଖାଯିବ । ପରେ ତାଙ୍କପାର୍ଥିବ ଶରୀରକୁ ଏକ ଶୋଭାଯାତ୍ରାରେ ଖେରୁଆଲ ନିଆଯାଇ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର କରାଯିବ ।

Comments are closed.