ରମ୍ଭା ନିକଟରେ ସଡ଼କ ଦୁର୍ଘଟଣା, ୨ ମୃତ, ୨ ଆହତ

ବ୍ରହ୍ମପୁର – ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ବିରୁଳିଗଡ ଓଭରବ୍ରିଜରେ ଦୁର୍ଘଟଣା । ଓଭରବ୍ରିଜ କଡରେ ଥିବା ପରିବା ଦୋକାନକୁ ଏକ ଭ୍ୟାନ ମାଡିଯିବାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଦୁଇ ଜଣ ମହିଳା ବୋଲି ସୂଚନା ମିଳିଛି। ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.