ପ୍ରହଲ୍ଲାଦ ମୀନା ବରଗଡ଼ର ନୂଆଁ ଏସପି

ବରଗଡ଼: ବରଗଡ଼ ଜିଲ୍ଲାର ନୂତନ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ହେଲେ ପ୍ରହଲ୍ଲାଦ ଶହାଇ ମୀନା । ସେ ପୂର୍ବରୁ ବୌଦ୍ଧ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଥିଲେ । ତାଙ୍କ ସମୟରେ ବୌଦ୍ଧ ଜିଲ୍ଲାରେ ଚୋରି, ଡକାୟତି ଆଦି ନିୟନ୍ତ୍ରଣ ହୋଇଥିଲା । ସେହିପରି ଗଞ୍ଜେଇ ଚାଷ ଓ ଚାଲାଣ ବୃଦ୍ଧି ପାଉଥିବାରୁ ଗ୍ରୀନ କ୍ଲିନ ମିଶନ ଆରମ୍ଭ କରି ଲକ୍ଷାଧିକ ଗଞ୍ଜେଇ ଚାଷ ନଷ୍ଟ କରାଯିବା ସହ ଚାଲାଣକାରୀଙ୍କୁ ଗିରଫ କରାଯାଇଥିଲା ।

Comments are closed.