ମାଲବାହୀ ଟ୍ରେନ ଲାଇନଚ୍ୟୁତ, ବିଶାଖାପାଟଣା -ଜଗଦଲପୁର ପାସେଞ୍ଜର ବାତିଲ

କୋରାପୁଟ – ଆନ୍ଧ୍ର ଶିବଲିଙ୍ଗପୁରମ୍ ନିକଟରେ ଏକ ମାଲବାହୀ ଟ୍ରେନ ଆଜି ଭୋରରେ ଲାଇନଚ୍ୟୁତ ହୋଇଛି । ଟ୍ରେନର ୧୧ଟି ବଗି ଲାଇନଚ୍ୟୁତ ହୋଇଛି । ଏଥିଯୋଗୁଁ ବିଶାଖାପାଟଣା-ଜଗଦଲପୁର ପାସେଞ୍ଜର୍ ଟ୍ରେନ୍ ବାତିଲ ହୋଇଯାଇଛି । ମାଲବାହୀ ଟ୍ରେନଟି କିରଣ୍ଡୁଲରୁ ବିଶାଖାପାଟଣାକୁ ଯାଉଥିବା ବେଳେ ଆରୁକୁ-କୋଟାବଲସା ମଧ୍ୟରେ ଲାଇନଚ୍ୟୁତ ହୋଇଥିଲା । ରେଳବାଇ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Comments are closed.