ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜି ସିଂ ଗିରଫ ଘଟଣା: ସେଜିର ଜିମରୁ ନଗଦ ୧୯ ଲକ୍ଷ ଟଙ୍କା ଓ ବିଭିନ୍ନ ବ୍ରାଣ୍ଡର ୧୭ ଲିଟର ମଦ ଜବତ

ବଲାଙ୍ଗୀର: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜି ସିଂ ସାଲୁଜାଙ୍କ ଗିରଫ ଘଟଣା । ସେଜିଙ୍କ ଜିମ୍‌ରୁ ୧୯ ଲକ୍ଷ ଟଙ୍କା ଓ ୧୭ ଲିଟର ମଦ ଜବତ । ପୋଲିସ ବୁଧବାର ରାତିରେ ଜିମରେ ଚଢ଼ାଉ କରି ଏହିସବୁ ଜବତ କରିଥିବାର ସୂଚନା ମିଳିଛି ।

ଅନ୍ୟପକ୍ଷେ , ଆଜି ସକାଳେ ବେଲପଡ଼ା ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରରେ ସେଜି ସିଂ ସାଲୁଜାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି ।

Comments are closed.