ଲକ୍ଷ୍ନୌ ଜେଲରୁ ମୁକୁଳିଲେ କେରଳ ସାମ୍ବାଦିକ ସିଦ୍ଦିକୀ କପ୍ପନ

ଲକ୍ଷ୍ନୌ – ଆତଙ୍କବାଦୀ ସଂଗଠନ ସହିତ ସମ୍ପୃକ୍ତି ଅଭିଯୋଗରେ ଉତ୍ତର ପ୍ରଦେଶରେ ଗିରଫ ହୋଇଥିବା କେରଳର ସାମ୍ବାଦିକ ସିଦ୍ଦିକୀ କପ୍ପନ ଜେଲରୁ ମୁକୁଳିଛନ୍ତି । ୨ ବର୍ଷ ପରେ ଜେଲ୍‌ରୁ ମୁକିଳିଛନ୍ତି ସିଦ୍ଦିକୀ । ତାଙ୍କୁ ଲକ୍ଷ୍ନୌ ଜେଲ୍‌ରୁ ମୁକ୍ତ କରିବା ଲାଗି ଗତକାଲି ଲକ୍ଷ୍ନୌ ସେସନ୍ସ କୋର୍ଟ ଜାମିନ ଆଦେଶରେ ସ୍ବାକ୍ଷର କରିଥିଲେ।

ଦୁଷ୍କର୍ମ ପରେ ଜଣେ ଦଳିତ ମହିଳାଙ୍କ ମୃତ୍ୟୁ ହୋଇଥିବା ଘଟଣାର ଖବର ସଂଗ୍ରହ ପାଇଁ ଉତ୍ତର ପ୍ରଦେଶର ହାଥ୍‌ରସ୍‌କୁ ଯାଉଥିବା ବେଳେ ୨୦୨୦ ଅକ୍ଟୋବରରେ କପ୍ପନ ଓ ଅନ୍ୟ ୩ଜଣଙ୍କୁ ଗିରଫ କରାଯାଇଥିଲା। ବର୍ତ୍ତମାନ ବେଆଇନ ଘୋଷିତ ପପୁଲାର୍‌ ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆ – ପିଏଫଆଇ ସଂଗଠନ ସହିତ ସେମାନଙ୍କର ସମ୍ପୃକ୍ତି ଥିବା ଏବଂ ହିଂସା ଉସୁକାଇବା ପାଇଁ ଷଡ଼ଯନ୍ତ୍ର ଅଭିଯୋଗରେ ସେମାନଙ୍କ ବିରୋଧରେ ଆସିଥିଲା ।
ଏହି ମାମଲାରେ ଗତବର୍ଷ ସେପ୍ଟେମ୍ବରରେ ସୁପ୍ରିମକୋର୍ଟ ତାଙ୍କୁ ଜାମିନ ଦେଇଥିଲେ ମଧ୍ୟ ମଞ୍ଜୁର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମନି ଲଣ୍ଡ୍ରିଂ ମାମଲା ଯୋଗୁଁ ଲକ୍ଷ୍ନୌ ଜେଲରେ କପ୍ପନ ରହୁଥିଲେ। ଡିସେମ୍ବର ୨୩ ତାରିଖରେ ଆଲାହାବାଦ ହାଇକୋର୍ଟ କପ୍ପନ୍‌ଙ୍କୁ ଏହି ମାମଲାରେ ଜାମିନ ଦେଇଥିଲେ ମଧ୍ଯ ବିଚାରପତିଙ୍କ ଅନୁପସ୍ଥିତି ଯୋଗୁଁ ମଙ୍ଗଳବାର ଦିନ ୧ ଲକ୍ଷ ଟଙ୍କା ବିଶିଷ୍ଟ ଦୁଇଟି ମୁଚାଲିକା ମଙ୍ଗଳବାର ଦିନ କୋର୍ଟରେ ଦାଖଲ କରାଯାଇ ପାରି ନ ଥିବାରୁ ଜେଲରୁ ତାଙ୍କ ମୁକ୍ତି ବିଳମ୍ବିତ ହୋଇଥିଲା ।

Comments are closed.