ଭୁବନେଶ୍ୱର ସାଇବର ଥାନାର ଜାନୁଆରୀ ରିପୋର୍ଟ: ୧ କୋଟି ୫୭ ଲକ୍ଷ ଟଙ୍କା ଠକିଛନ୍ତି ସାଇବର ଅପରାଧୀ

ଭୁବନେଶ୍ବର – ଗତ ଜାନୁଆରୀ ମାସ ପାଇଁ ଜାରି ହୋଇଛି ଭୁବନେଶ୍ୱର ସାଇବର ଥାନାର ରିପୋର୍ଟ । ଜାନୁଆରୀରେ ୧ କୋଟି ୫୭ ଲକ୍ଷ ଟଙ୍କା ଠକି ନେଇଛନ୍ତି ସାଇବର ଠକ । ତଦନ୍ତ ପରେ ୨୬ ଲକ୍ଷ ୯୨ ହଜାର ଟଙ୍କା ଫେରସ୍ତ କରିଛି ସାଇବର ଥାନା । ହେଲ୍ପ ଡେସ୍କକୁ ୪୦୩ଟି ଠକେଇ ଜନିତ କଲ୍ ଆସିଛି । ୟୁପିଆଇ ସମ୍ପର୍କିତ ୧୯୪ଟି, କ୍ରେଡିଟ କାର୍ଡ, ଡେବିଟ କାର୍ଡ ସମ୍ପର୍କିତ ୧୧୩ ଟି ଠକେଇ ଅଭିଯୋଗ ହୋଇଥିବା ରିପୋର୍ଟରୁ ସୂଚନା ମିଳିଛି । ସୋସିଆଲ ମିଡିଆ ଜରିଆରେ ୪୧ ଟି ଠକେଇ ହୋଇଥିବା ନେଇ ଅଭିଯୋଗ ହୋଇଛି । ୨୦୨୨ ମସିହାରେ ୧୨ କୋଟି ୯୬ ଲକ୍ଷ ନେଇଥିଲେ ଅଦୃଶ୍ୟ ଠକ । ବର୍ଷକରେ ୨ କୋଟି ୬୯ ଲକ୍ଷ ଫେରାଇ ଆଣିଥିଲା ଭୁବନେଶ୍ୱର ସାଇବର ପୋଲିସ ।

Comments are closed.