ଜେଲରେ ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ପୁଅ ସେଜି

କଣ୍ଟାବାଞ୍ଜି – ଜେଲ ଗଲେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ପୁଅ ସେଜି । ୧ ତାରିଖ ବିଳମ୍ବିତ ରାତିରେ ଆଲିସାନ ସିନେମା ହଲ ମାଲିକଙ୍କ ସହ ତାଙ୍କର ଗଣ୍ଡଗୋଳ ଓ ହଲରେ ଭଙ୍ଗାରୁଜା ଅଭିଯୋଗରେ ସେଜିଙ୍କୁ ଗିରଫ କରିଥିଲା ପୋଲିସ । ଆଜି ପାଟଣାଗଡ଼ ଏସଡିଜେଏମ କୋର୍ଟରେ ସେ ଜାମିନ ଆବେଦନ କରିଥିଲେ । ଜାମିନ ଆବେଦନ ଖାରଜ ହୋଇଯିବାରୁ ସେ ଜେଲ ଯାଇଛନ୍ତି। ସିନେମା ହଲ ଭଙ୍ଗାରୁଜାରେ ଗିରଫ ସେଜିଙ୍କ ୫ ସହଯୋଗୀଙ୍କୁ ମଧ୍ୟ ଜାମିନ ଦେଇନାହାନ୍ତି କୋର୍ଟ ।

ତାଙ୍କୁ ଚକ୍ରାନ୍ତ କରି ଫସାଇ ଦିଆଯାଇଥିବା ଅଭିଯୋଗ କରିଛନ୍ତି ସେଜି । ସେଜିଙ୍କୁ ଗିରଫ କରିବା ପରେ ପୋଲିସ୍ ତାଙ୍କ ଜିମ୍‌ରେ ଚଢ଼ଉ କରି ନଗଦ ୧୯ ଲକ୍ଷ ଟଙ୍କା ଓ ବିଭିନ୍ନ ଦାମୀ ବ୍ରାଣ୍ଡର ୧୭ ଲିଟର ମଦ ଜବତ କରିଥିଲା ।

Comments are closed.