ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳକୁ ଆଉ ୪ ଦିନ କ୍ରାଇମବ୍ରାଞ୍ଚ ରିମାଣ୍ଡ 

ଭୁବନେଶ୍ୱର – ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସକୁ ଆଉ ୪ ଦିନ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛନ୍ତି କୋର୍ଟ । ଏ ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି। ଏଣେ ପାଇଖାନା ଟାଙ୍କିରୁ ମିଳିଥିବା ୨୨ ଖଣ୍ଡ କାଗଜକୁ ହ୍ୟାଣ୍ଡରାଇଟିଙ୍ଗ ବ୍ୟୁରୋକୁ ପଠାଯାଇଛି । ଗୋପାଳର ଫରେନ୍ସିକ୍ ସାଇକୋଲୋଜିକାଲ ଆସେସମେଣ୍ଟ ହୋଇଛି । ସିଏଫଏସ ଏଲ ଦ୍ୱାରା ଗୋପାଳର ଏଲଭିଏ ଟେଷ୍ଟ ମଧ୍ୟ କରାଯାଇଛି ବୋଲି ଏଜେନ୍ସୀ କହିଛି । ଗୋପାଳର ମାନସିକ ସ୍ଥିତି ଯାଞ୍ଚ ପାଇଁ ଏକ ସ୍ୱତନ୍ତ୍ର ମେଡିକାଲ ବୋର୍ଡ ଗଠନ ହୋଇଛି । ଏହାଛଡ଼ା ଗୋପାଳର ବ୍ରହ୍ମପୁର ଓ ଝାରସୁଗୁଡ଼ା ଘରୁ କିଛି କାଗଜପତ୍ର ଜବତ ହୋଇଛି ।

ଗୋପାଳ ଏବଂ ପରିବାରର ଆର୍ଥିକ ନେଣଦେଣର ତଥ୍ୟ ସଂଗ୍ରହ ହୋଇଛି ବୋଲି କ୍ରାଇମବ୍ରାଞ୍ଚ ସୂଚନା ଦେଇଛି ।

Comments are closed.