ଦୁର୍ଘଟଣାଗ୍ରସ୍ତ ସ୍କୋର୍ପିଓ ଗାଡିରୁ ଟଙ୍କା ଚୋରି ଘଟଣାରେ ୫ ଗିରଫ

ବୌଦ୍ଧ: ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ବହିରା ଛକ ନିକଟରେ ଗତ ୨୬ ତାରିଖ ଗୁରୁବାର ସକାଳେ ଏକ ସ୍କୋର୍ପିଓ ଧକ୍କାରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ ସ୍କୋର୍ପିଓ ଗାଡି ଭିତରେ ଥିବା ୧୫ ଲକ୍ଷ ୧୫ ହଜାର ଟଙ୍କା ସ୍ଥାନୀୟ ଲୋକମାନେ ଚୋରି କରି ନେଇ ଯାଇଥିଲେ । ଖବରପାଇ ବାଉଁଶୁଣି ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ସ୍କୋର୍ପିଓ ଗାଡି ଜବତ କରିବା ସହିତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଦୁଇ ଦିନ ପରେ ଗାଡି ମାଲିକ ବଲାଙ୍ଗୀର ଜିଲ୍ଲାର ତେନ୍ତୁଳିଖୁଣ୍ଟି ଗ୍ରାମର ଇମରାନ ଖାଁନ ଏନେଇ ବାଉଁଶୁଣି ଥାନାରେ ଲିଖତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବାପରେ ବାଉଁଶୁଣି ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ ।

ତେବେ ଏହି ଘଟଣାରେ ବାଉଁଶୁଣି ପୁଲିସ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Comments are closed.