ଗଛକୁ ଧକ୍କା ଦେଇ ବାଇକ ଆରୋହୀ ମୃତ, ସାଥି ଗୁରୁତର

ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ବଡବନ୍ଧ ଛକ ନିକଟରେ ଆଜି ଏକ ବାଇକ ଭାରସାମ୍ୟ ହରାଇ ରାସ୍ତା କଡ଼ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଜନଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି ।

ସୂଚନା ମତେ ବୌଦ୍ଧ କୁଡାପଡାର କୌଶିକ ହୋତା ଓ ଭଦ୍ରକ ଜିଲ୍ଲା ବିହାର ଗାଡ଼ିଆ ଗାଁର ହିମାଂଶୁ ବେହେରା ଉଭୟ ଗୋଟିଏ ବାଇକରେ ବୌଦ୍ଧ ପଟରୁ ଛାରିଛକ ଅଭିମୁଖେ ଆସୁଥିଲେ । ଏହି ସମୟରେ ବାଇକଟି ବଡବନ୍ଦ ଛକ ନିକଟରେ ଥିବା ଏକଗଛରେ ଭାରସାମ୍ୟ ହରାଇ ପିଟିହେବାରୁ ଘଟଣା ସ୍ଥଳରେ କୌଶିକଙ୍କ ମୃତ୍ୟୁ ହୋଇଥିବା ବେଳେ ସାଥି ହିମାଂଶୁ ଗୁରୁତର ହୋଇ ପଡ଼ିଥିଲେ । ତାଙ୍କୁ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଖବରପାଇ ଘଟଣା ସ୍ଥଳରେ ପୁରୁଣାକଟକ ପୋଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି l

Comments are closed.