ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ସମାବେଶ

ବରଗଡ଼ : ଓଡିଶା ଜଳସଂପଦ ବିଭାଗର ବରଗଡ଼ ଜିଲ୍ଲା ବରପାଲି କେନାଲ ଡିଭିଜନ ପକ୍ଷରୁ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ସମାବେଶ ସୋମବାର ଅନୁଷ୍ଠିତ ହୋଇଛି । ବରପାଲି ଅଧ୍ୟକ୍ଷଣ ଯନ୍ତ୍ରୀ ଇଂ ପ୍ରଭାସ କୁମାର ରଥଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବକୁ ଅଧାପିକାଙ୍କ ସଂଘମିତ୍ରା ମିଶ୍ର ସଂଯୋଜନା କରିଥିଲେ । ଏହି ଅବସରରେ ବୟନ ହସ୍ତତନ୍ତ ମନ୍ତ୍ରୀ ରୀତା ସାହୁ ମୁଖ୍ୟ ଅତିଥି, ବରଗଡ଼ ବିଧାୟକ ତଥା ଯୋଜନା ବୋର୍ଡ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ ଓ ବୁର୍ଲା ଅତିରିକ୍ତ କେନାଲ ଅଧିକାରୀ ସରୋଜକାନ୍ତି ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ବଳନ ପୂର୍ବକ ବକ୍ତବ୍ୟ ପ୍ରଦାନ କରି ପାଣି ପଞ୍ଚାୟତର ଲକ୍ଷ୍ୟ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ଏଥିରେ ବରପାଲି ତହସିଲଦାର ଋକ୍ମଣ ମେହେର , ବିନିକା ତହସିଲଦାର ମୁକ୍ତେଶର ପାଣିଗ୍ରାହୀ ଓ ରାମପୁର ତହସିଲଦାର ମିର୍ଜା ପାଣିଗ୍ରାହୀ ପ୍ରମୁଖ ବିଭାଗୀୟ ପାଣି ପଞ୍ଚାୟତ ଅଧିକାରୀ ଜଳ ଆବଣ୍ଟନ ଓ ରବି ଚାଷ ପାଇଁ ଶହଶହ ହେକ୍ଟର ଜମିରେ ପାଣି ଯୋଗାଇ ଦେଉଥିବା ସୂଚନା ଦେଇଥିଲେ ।

ସେହିପରି ଉପସ୍ଥିତ ବିଭିନ୍ନ ପଞ୍ଚୟତର କୃଷକ ସଦସ୍ୟ ମାନେ ଚାଷ କାର୍ଯ୍ୟରେ ଉପୁଜୁଥିବା ସେଚନ ବ୍ୟବସ୍ଥାର ଦୁରାବସ୍ଥା , ବିଦ୍ୟୁତ ବିଭାଗୀୟ ଅଣଦେଖା କର୍ଯ୍ୟକଳାପ ଏବଂ ଅସୁବିଧା ମୂଳକ ଅବ୍ୟବସ୍ଥା ଉପରେ ଅଭିଯୋଗ ମାନ ଉଠାଇଥିଲେ । ଅତିଥିମାନେ ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗର ଯୁଦ୍ର ଜଳସେଚନ ପ୍ରକଳ୍ପ ଅର୍ନ୍ତଗତ ଯୋଜନା , ଉଠା ଜଳ ସେଚନ ନିଗମର ଜଳନିଧି ପ୍ରକଳ୍ପ , ଗଣ୍ଠିର ନଳକୂପ ସେଚ କାର୍ଯ୍ୟକ୍ରମ , ବୃହତ ଉଠା ଜଳସେଚନ ପ୍ରକଳ୍ପ ଅର୍ନ୍ତଗତ ନଦୀଶଯ୍ୟାରେ ନିର୍ମାଣ ଉଠାଣ ସମ୍ପର୍କିତ ବ୍ୟବସ୍ଥା ଉପରେ ବୁଝାଇଥିଲେ ।

ଏହି ଅବସରରେ ବିଭିନ୍ନ ବିଦ୍ୟାଳୟରେ ହୋଇଥିବା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଉତ୍ସବରେ ପୁରସ୍କୃତ କରାଯାଇଥିଲା । ଶେଷରେ ରେଶମ କେନାଲ ଡିଭିଜନ ଅଧିକାରୀ ବ୍ରଜକିଶୋର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମାବେଶରେ ଅଞ୍ଚଳର ଶତାଧିକ ଚାଷୀ ଯୋଗ ଦେଇଥିଲେ ।

Comments are closed.