ଭାରସାମ୍ୟ ହରାଇ ଓଲଟିଲା ପିକଅପ୍, ୧୫ ଶ୍ରମିକ ଗୁରୁତର ଆହତ

ବରଗଡ଼: ବରଗଡ଼ ଜିଲ୍ଲା ବିଜେପୁର – ବରଗଡ ରାସ୍ତାରେ ଏକ ପିକଅପ୍ ( ଓଡ଼ି ୦୩ ଡ଼ବ୍ଲୁ ୪୧୦୦) ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ବସିଥିବା ୧୫ରୁ ଅଧିକ କୃଷି ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରି ବିଜେପୁର ଓ ପରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସମସ୍ତ ଶ୍ରମିକ ବଲାଙ୍ଗୀର ଜିଲ୍ଲାର ବୋଲି ସୂଚନା ମିଳିଛି । ଉକ୍ତ ଶ୍ରମିକମାନେ ତାଙ୍କ ପରିବାର ସହ ପିକଅପ୍ ଗାଡ଼ିରେ ତାଙ୍କ ଘରକୁ ଫେରୁଥିଲେ । ତେବେ ଗାଡ଼ିର ଗତି ଦ୍ରୁତ ଥିବାରୁ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଓଲଟି ପଡିଥିଲା। ଏଥିରେ ପୁରୁଷ ମହିଳା ସମେତ ଛୋଟ ଶିଶୁ ମଧ୍ୟ ଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Comments are closed.