ବାଇକ ଦୁର୍ଘଟଣାରେ ଦୁଇ ଗୁରୁତର

ବରଗଡ଼: ବରଗଡ଼ ଜିଲ୍ଲା ବରପାଲି- ସୋନପୁର ରାସ୍ତା ବାରଂଗପାଲି ରାଞ୍ଜ ଜୋର ପୋଲରେ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଦୁଇ ଜଣ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ଆହତ ମାନେ ତୁମଗାଁ ବୋଲି ଜଣା ପଡ଼ିଥିବା ବେଳେ ଜଣଙ୍କର ନାମ ଆଶିଷ ତାଣ୍ଡି (୩୫) ଓ ଅନ୍ୟ ଜଣେ ରୂପଦ ବାରିକ(୪୩) ବୋଲି ଜଣା ପଡ଼ିଛି । ଉଭୟେ ଗୋଟିଏ ବାଇକରେ କୌଣସି କାମରେ ପଁରାପାଠ ଯାଇ ଫେରୁଥିଲେ ଓ ଦୁର୍ଘଟଣା ଘଟିଥିଲା । ତେବେ ଦୁର୍ଘଟଣାଟି ଭାରସାମ୍ୟ ହରାଇ ହୋଇଛି କିମ୍ବା ଗାଡି ଧକ୍କା ଯୋଗୁଁ ହୋଇଛି ତାହା ଜଣା ପଡ଼ିନାହିଁ । ଦୁର୍ଘଟଣା ହୋଇଥିବା ନେଇ ସ୍ଥାନୀୟ ଲୋକଙ୍କ ଠାରୁ ଅଗ୍ନିଶମ ବିଭାଗ ଖବରପାଇ ଘଟଣା ସ୍ଥଳରେ ପହଞ୍ଚି ଆହତ ଦ୍ୱୟଙ୍କୁ ଉଦ୍ଧାର କରି ବରପାଲି ସିଏଚସିରେ ଭର୍ତ୍ତି କରାଯାଇଛି । ପୁଲିସ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

Comments are closed.