ନବ ଦାସ ହତ୍ୟା ଅଭିଯୁକ୍ତ ଗୋପାଳଙ୍କୁ ଆଉ ୫ ଦିନ କ୍ରାଇମବ୍ରାଞ୍ଚ ରିମାଣ୍ଡ

ଝାରସୁଗୁଡ଼ା – ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କୁ ଆଉ ୫ ଦିନ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛନ୍ତି କୋର୍ଟ । ଅଭିଯୁକ୍ତ ଗୋପାଳଙ୍କୁ ପୁଣି ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ । ତେବେ ୫ ଦିନିଆ ରିମାଣ୍ଡ ସହ ଗୋପାଳର ନାର୍କୋଟେଷ୍ଟ ଓ ପଲିଗ୍ରାଫ୍ ଟେଷ୍ଟ ପାଇଁ ମଧ୍ୟ କୋର୍ଟ ଅନୁମତି ଦେଇଛନ୍ତି । ଲଗାତାର ୨ ଥର ଗୋପାଳଙ୍କ ରିମାଣ୍ଡରେ ନେବା ପରେ ମଧ୍ୟ ଏଯାବତ ହତ୍ୟାକାଣ୍ଡ ପଛର ମୁଖ୍ୟ କାରଣ ଜଣାପଡି ନାହିଁ। । ଆଜି ରିମାଣ୍ଡ ଅବଧି ଶେଷ ହେବା ପରେ ଗୋପାଳଙ୍କୁ କୋର୍ଟରେ ହାଜର କରି ପୁଣିଥିରେ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ । କୋର୍ଟ ଗୋପାଳର ୫ ଦିନିଆ ରିମାଣ୍ଡ ଆବେଦନକୁ ଗ୍ରହଣ କରିଛନ୍ତି।

Comments are closed.